ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ବିଛିନ୍ନ ହେଲା କାଲିମେଳା

ମାଲକାନଗିରି: ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ । କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳ। ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍। ସେହିପରି ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି | ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୬ ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି | ଯାହାଫଳରେ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି |

ରାସ୍ତାରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବାବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୩ଟି ଗାଁ ଜଳବନ୍ଦୀ ହୋଇ ରହିଛି | ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାରଳାଖେମୁଣ୍ଡି ଉପକଣ୍ଠ କେରାଣ୍ଡି ପଞ୍ଚାୟତର କେରାଣ୍ଡି ଓ ଡାଳିମ୍ବପୁରକୁ ସଂଯୋଗ କରୁଥିବା ପୋଲଟି ଲଗାଣ ବର୍ଷାରେ ଭାସିଯାଇଛି। ଫଳରେ ଏହି ରାସ୍ତାକୁ ସଂଯୋଗ କରିଥିବା ୩ ଗୋଟି ଗାଁ ଏବେ ଓଡ଼ିଶାରୁ ବିଛିନ୍ନ ହୋଇଛି। ଆନ୍ଧ୍ର ଓଡ଼ିଶା ସୀମାରେ ଥିବା ଓଡ଼ିଶାର ଅମରା, ରାଟିଣି, ଡାଳିମ୍ୱପୁର ତିନି ଗୋଟି ଗାଁ ପାରଳାଖେମୁଣ୍ଡିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଫଳରେ ୩ ହଜାରରୁ ଅଧିକ ଲୋକେ ଓ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |

ସମ୍ବନ୍ଧିତ ଖବର