ବାଇକ ଧକ୍କାରେ ୨ ଆହତ

ଜୟପୁର:ଜୟପୁର ସଦରଥାନା ଅନ୍ତର୍ଗତ ରଣ୍ଡାପାଲି ବ୍ରିଜ ନିକଟରେ ଆଜି ଅପରାହ୍ନରେ ବାଇକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆହତ ୨ ଜଣଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଆହତ ୨ ଜଣ ହେଲେ ଜୟପୁର କୁମ୍ଭାର ସାହିର ମହାଦେବ ସୋମରଥ ଓ ରତାଖଣ୍ଡିଗୁଡା ଅଞ୍ଚଳର ମାଧବ ମୁଦୁଲି। ଘଟଣାସ୍ଥଳରେ ଆମ୍ବାଗୁଡା ଫାଣ୍ଡି ପୁଲିସ ପହଞ୍ଚି ବାଇକକୁ ଜବତ କରିଛି। ପୁଲିସ କହିବାନୁଯାୟୀ, ଆଜି ଅପରାହ୍ନର ସାଢ଼େ ୫ଟାରେ ମହାଦେବ କୋଟପାଡରୁ ଜୟପୁରକୁ ଫେରୁଥିବା ବେଳ ବିପରୀତ ଦିଗରୁ ଆସୁଥିବା ମାଧବଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କାରେ ଉଭୟରେ ରକ୍ତାକ୍ତ ଅବସ୍ଥାରେ ପଡିଥିଲେ। ମହାଦେବକୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟ ଓ ମାଧବକୁ ରାବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର