ଅଣସରରେ ମହାପ୍ରଭୁ, ଶ୍ରୀମନ୍ଦିରରେ ପଟିଦିଅଁଙ୍କ ପୂଜାର୍ଚ୍ଚନା

ପୁରୀ: ଆଜି ଅନବସରର ତୃତୀୟ ଦିନ। ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ। ଅଣସର ଘରେ ମହାପ୍ରଭୁଙ୍କ ଓଦା ଲୁଗା ଓଲାଗି କରି ଶୁକ୍ଳ ଲୁଗା ଓ ଶୁକ୍ଳ ରଙ୍ଗର ଫୁଲ ଲାଗି ନୀତି ସମ୍ପର୍ଣ୍ଣ କରୁଛନ୍ତି ଦଇତାପତି ସେବାୟତ। ବୈଦ୍ୟରାଜଙ୍କ ପରାମର୍ଶକ୍ରମେ ଅସୁସ୍ଥ ମହାପ୍ରଭୁଙ୍କୁ କ୍ଷୀର, ସର, ଛେନା ଓ ରାବିଡ଼ି ସହ ଆମ୍ବ, କଦଳୀ, ପଣସ ଆଦି ଭୋଗ କରାଯାଉଛି।

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପଟି ଦିଅଁଙ୍କ ପୂଜାର୍ଚ୍ଚନା ଶ୍ରୀଜିଉଙ୍କ ଅଣସର ସମୟରେ ହିଁ ଏହି ପଟି ଦିଆଁ ପୂଜା ପାଇଥାନ୍ତି । ଅଣସର ପରେ ପଟି ଦିଆଁଙ୍କୁ ବିସର୍ଜନ କରାଯିବାର ପରମ୍ପରା ରହିଛି । ସେପଟେ ତୃତୀୟ ଦିନରେ ଅଲାରନାଥଙ୍କ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ରତ୍ନବେଦୀରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଏବେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରୁଛନ୍ତି ।
ସମ୍ବନ୍ଧିତ ଖବର