ମୃତ ଜିଆର୍‌ଏସଙ୍କୁ ବଦଳି

କେନ୍ଦୁଝର: କିଏ ମଲା କି ହଜିଲା ପ୍ରଶାସନ ନିକଟରେ ଖବର ନାହିଁ। ୩ ମାସ ତଳେ ମରିଥିବା ଜଣେ ଜିଆରଏସ୍‌ଙ୍କୁ ଏବେ ବଦଳି କରାଯାଇଛି। ବଦଳି ଆଦେଶ ବାହାରିବା ପରେ ପ୍ରଶାସନର ଖାମଖିଆଲ ନୀତି ପଦାକୁ ଆସିଛି।

ସୂଚନା ଅନୁସାରେ, କେନ୍ଦୁଝର ସଦର ବ୍ଲକ୍‌ ବନାଯୋଡ଼ି ଗ୍ରାମର ବାସିନ୍ଦା ପ୍ରଶାନ୍ତ ଦେହୁରୀ। ବୟସ ୩୫ବର୍ଷ । ସେ ପଦ୍ମପୁର ଗ୍ରାମ ପଞ୍ଚାୟତରେ ଜିଆରଏସ୍‌ ଭାବେ କାର୍ଯ୍ୟ କରୁଥିଲେ। ଘରେ ତାଙ୍କର ପତ୍ନୀ ନଳିନୀ ଏବଂ ୧୦ ମାସର ପୁଅ ତୁଷାର ଅଛନ୍ତି। ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପ୍ରଶାନ୍ତଙ୍କର ଡିସେମ୍ବର ୨୩  ତାରିଖ‌ରେ ମୃତ୍ୟୁ ଘଟିଥିଲା। କିନ୍ତୁ ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ପ୍ରଶାସନ ପାଖରେ କୌଣସି ଖବର ନାହିଁ। ୪ ତାରିଖରେ ଜିଲ୍ଲା ପରିଷଦ ପକ୍ଷରୁ ଏକ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଛି। ଏଥିରେ ପ୍ରଶାନ୍ତ ଦେହୁରୀଙ୍କୁ ତେଲକୋଇ ବ୍ଲକ ଆକୁଳ ପଞ୍ଚାୟତକୁ ବଦଳି କରାଯାଇଛି। ଏହି ବଦଳି ନିର୍ଦ୍ଦେଶ ଦେଖିବା ପରେ ସାଧାରଣରେ ନାନା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର