୫ ଶିକ୍ଷକଙ୍କ ଦରମା ବନ୍ଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଦୁଇଟି ବିଦ୍ୟାଳୟକୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଅଚାନକ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ଅନୁପସ୍ଥିତ ଥିବା ୫ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ଡିଇଓ ନିର୍ଦେଶ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୭ ତାରିଖରେ ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ ନାରଦପୁର ହାଇସ୍କୁଲ ପରିଦର୍ଶନରେ ଯାଇଥିଲେ।

ଶିକ୍ଷକ ଦେବାଶିଷ ଦାସ ପାଠ ନ ପଢ଼ାଇ ବସିଥିଲେ। ସେହିପରି ଦେବେନ୍ଦ୍ର କୁମାର ମଲ୍ଲିକ ସ୍ମାର୍ଟବୋର୍ଡ ବ୍ୟବହାର ନକରି ପାଠ ପଢ଼ାଉଥିଲେ। ପ୍ରଧାନଶିକ୍ଷକ ପାଠପଢ଼ା ବ୍ୟବସ୍ଥାର ତଦାରଖ କରୁନଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ବେଳେ ପ୍ରଧାନଶିକ୍ଷକ ଏବଂ ଅନ୍ୟ ଦୁଇଜଣ ଶିକ୍ଷକଙ୍କ ଦିନକର ଦରମା ବନ୍ଦ କରିବାକୁ ଡିଇଓ ଶ୍ରୀ ସେଠୀ ନିର୍ଦେଶ ଦିଆଯାଇଛି। ସେହିପରି ପର୍ଶଳାର ଉତ୍କଳମଣି ହାଇସ୍କୁଲର ଶିକ୍ଷୟିତ୍ରୀ ଇତିଶ୍ରୀ ନାୟକ, କୃନାଲସେନ ପାତ୍ରଙ୍କ ଦିନକର ଦରମା ବନ୍ଦ ପାଇଁ ଡିଇଓ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର