ପିଲା ଚୋରି ଘଟଣା: ୨ ମହିଳାଙ୍କୁ ୨ ବର୍ଷ ଜେଲ, ୫୦୦୦ ଜରିମାନା

ବାରିପଦା: ବାରିପଦା ପିଆରଏମ ମେଡିକାଲ କଲେଜ ରୁ ପିଲା ଚୋରି ମାମଲା ର ରାୟ ଆଜି ପ୍ରକାଶ ପାଇଛି। ଦୋଷୀ ସାବ୍ୟସ୍ତ ମହିଳା ମିନାକ୍ଷୀ ବେହେରା ଓ ସୀମା ସିଂହଙ୍କୁ ବାରିପଦା ଯୁଡ଼ିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଜରିନ ଖାଁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ପ୍ରତେକ୍ ଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ,୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ଜଣେ ମହିଳା ଙ୍କ ୭ ଦିନର ପିଲାଙ୍କୁ ମିନାକ୍ଷୀ ଓ ସୀମା ଗେହ୍ଲ କରିବାକୁ ଯାଇ ଚୋରି କରି ନେଇ ଯାଇ ଥିଲେ। ପିଲା ର ମା ଏ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତନାଘନା କରି ପିଲାକୁ ଉଦ୍ଧାର କରି ଥିଲା। ଏହି ଘଟଣାରେ ପୋଲିସ ୨ ମହିଳାଙ୍କୁ ଗିରଫ କରିଥିଲା। ମିନାକ୍ଷୀ ଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ନାକଷୋଳ ଗାଁ। ଆଉ ସୀମା ଙ୍କ ଘର ବାଲେଶ୍ଵର ଜିଲ୍ଲା ସହଦେବ ଖୁଣ୍ଟା ଥାନା ସୁବର୍ଣ୍ଣପୁର।

ସମ୍ବନ୍ଧିତ ଖବର