ସହପାଠିନୀଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆଇଆଇଟି ମାଡ୍ରାସର ଜଣେ ପିଏଚଡି ଛାତ୍ରଙ୍କୁ ଗିରଫ କଲା ପୁଲିସ

ଚେନ୍ନାଇ: ପ୍ରାୟ ଏକ ବର୍ଷ ପୂର୍ବେ ଜଣେ ସହପାଠିନୀଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ତାମିଲନାଡୁ ପୁଲିସ ଆଇଆଇଟି ମାଡ୍ରାସର ଜଣେ ପିଏଚଡି ଛାତ୍ରଙ୍କୁ ଅଟକ ରଖିଛି। ଆଜି ପୁଲିସ ଏହି ସୂଚନା ଦେଇଛି। ତେବେ ୨୯ ବର୍ଷୀୟ ପୀଡିତା ପୁଲିସ ନିକଟରେ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ଚେନ୍ନାଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ପଶ୍ଚିମବଙ୍ଗରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆମେ ତାଙ୍କୁ କୋଲକାତା କୋର୍ଟରେ ହାଜର କରିଛୁ ଏବଂ ଟ୍ରାନଜିଟ ରିମାଣ୍ଡ ପାଇବା ପ୍ରକ୍ରିୟା ଜାରି ରହିଛି |

ପୀଡ଼ିତା ଜଣକ ବି ପଶ୍ଚିମବଙ୍ଗର ବୋଲି କୁହାଯାଉଥିବାବେଳେ ଅଭିଯୁକ୍ତ ୭ଜଣଙ୍କ ମଧ୍ୟରୁ ଚାରି ଜଣ ପଶ୍ଚିମବଙ୍ଗର ହୋଇଥିବାବେଳେ ତିନି ଜଣ ତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶର ବୋଲି ସୂଚନା ମିଳିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ କଲେଜର କର୍ମଚାରୀ ହୋଇଥିବାବେଳେ ଅନ୍ୟମାନେ ପୀଡିତାଙ୍କ ସହପାଠୀ ବୋଲି ପୁଲିସ କହିଛି |

ପୀଡିତା ଅଭିଯୋଗ କରିଛନ୍ତି ଯେ ୨୦୧୭ ପରଠାରୁ ତାଙ୍କୁ ଦୁଇ ଥର ଦୁଷ୍କର୍ମ କରାଯାଇଥିଲା | ପୀଡିତା ଜଣକ କହିଛନ୍ତି ଯେ କ୍ୟାମ୍ପସରେ ଥିବା ଏକ ଲ୍ୟାବରେ ତାଙ୍କୁ ପ୍ରଥମେ ଦୁଷ୍କର୍ମ ଏବଂ ଦ୍ୱିତୀୟ ଥର ଷ୍ଟଡ଼ିଟୁର ସମୟରେ ଯୌନ ଉତ୍ପୀଡ଼ନ କରାଯାଇଥିଲା | ମୁଖ୍ୟ ଦୁଷ୍କର୍ମ କରିବାର ଭିଡିଓ ରେକର୍ଡିଙ୍ଗ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଏହା ସେୟାର କରିଥିଲେ |

ସମ୍ବନ୍ଧିତ ଖବର