ଅନୀତାଙ୍କ ପରେ ଆକାଶ

ମନୋରଂଜନର ଭରପୂର ଖୋରାକ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଜଣେ ଓଡ଼ିଆର ଆଧ୍ୟାତ୍ମିକ ବିଶ୍ବାସ ପ୍ରତିଫଳିତ ହେଇଛି ଚଳଚ୍ଚିତ୍ରର ‘ମହାବାହୁ’ର କାହାଣୀରେ। ଜଣେ ସଫଳ ଯୁବ ବ୍ୟବସାୟୀ ସମୟଚକ୍ରରେ ପଡ଼ି କିଭଳି ନାସ୍ତିକ ହେଇଯାଇଛନ୍ତି। ପୁଣି ଶ୍ରୀଜଗନ୍ନାଥଙ୍କ ଡୋରି ଲାଗୁଛି। ସେ ଶ୍ରୀଜଗନ୍ନାଥଙ୍କ ଶରଣାଗତ ହେବା ପରେ ତାଙ୍କ ଜୀବନ ଯାତ୍ରା ଉଜ୍ଜ୍ବଳ ହେଇଉଠୁଛି। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ବହୁଭାଷୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ରେ ଶ୍ରୀଜଗନ୍ନାଥ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଶ୍ରୀତମ ଦାସ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତ ସଜାଇଛନ୍ତି ପ୍ରେମ୍ ଆନନ୍ଦ। ଏଥିରେ ଚିତ୍ରନାଟ୍ୟ ପସ୍ତୁତ କରିବା ସହ ସଂଳାପ ରଚନା କରିଛନ୍ତି ଶରଣାରବିନ୍ଦ ଓଝା।

‘ମହାବାହୁ’ଙ୍କ ସହ ଯାହାର ନିବିଡ଼ ସମ୍ପର୍କ ଗଢ଼ିଉଠିଛି ଏବଂ ଭକ୍ତିଭାବର ଦୃଶ୍ୟ ପ୍ରତିଫଳିତ ହୋଇଛି ସେ ହେଉଛନ୍ତି ଅଭିନେତା ଆକାଶ ଦାସନାୟକ। ଆକାଶଙ୍କ ସହ ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଶ୍ରୀତମ, ଉଷସୀ, ପୁନମ, ଲିପାକ୍ଷୀ ଓ ହରିହର ମହାପାତ୍ର। ଚଳଚ୍ଚିତ୍ରଟି ଯୁଗ୍ମ ଭାବେ ପ୍ରଯୋଜନା କରିଛନ୍ତି ରମେଶ ବାରିକ ଓ କେ ତମନ୍ନା। ପାଖାପାଖି ପଚିଶ ବର୍ଷ ପୂର୍ବେ ‘ପୁଅ ମୋ କଳାଠାକୁର’ ଚଳଚ୍ଚିତ୍ରରେ ଅଭିନେତ୍ରୀ ଅନୀତା ଦାସଙ୍କୁ କଳାଠାକୁରଙ୍କ ମା’ ଭୂମିକାରେ ଦେଖିବାକୁ ମିଳିଥିଲା। ଏବେ କଳାଠାକୁରଙ୍କ ସହ ଭାବଡୋରିରେ ଆକାଶଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର