ଅକ୍ଷୟଙ୍କ ପାଇଁ ଦେବାଳିଆ ହେଲେ ପ୍ରଯୋଜକ, ୨୫୦କୋଟିର କ୍ଷତି ପରେ ବିକ୍ରି କଲେ ଅଫିସ !

ମୁମ୍ବାଇ: ବଲିଉଡର ଖିଲାଡି କୁମାର ଅକ୍ଷୟଙ୍କ ପାଇଁ ଦେବାଳିଆ ହେଲେ ପ୍ରଯୋଜକ ବାସୁ ଭଗନାନୀ। ୨୫୦କୋଟିର କ୍ଷତି ପରେ ବିକ୍ରି କଲେ ଅଫିସ । ଗତ କିଛି ଦିନ ହେବ ଏଭଳି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଉପ‌ରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାସୁ ଭଗନାନୀ।

ଅକ୍ଷୟ କୁମାରଙ୍କ ଫିଲ୍ମ ବର୍ତ୍ତମାନ ଲଗାତାର ଫ୍ଲପ ହେବାରେ ଲାଗିଛି, ଯେଉଁ କାରଣରୁ ନିର୍ମାତାମାନେ ଅଧିକ କ୍ଷତି ସହୁଛନ୍ତି। ଅକ୍ଷୟ କୁମାରଙ୍କ ଲଗାତାର ଫିଲ୍ମ ଫ୍ଲପ ହେଉଥିବାରୁ ବାସୁ ଭଗନାନୀ ଋଣଗ୍ରସ୍ତ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ତାଙ୍କ ଅଫିସ୍ ବିକ୍ରି କରିବାକୁ ପଡିଛି। ୭ମହଲା କୋଠା ବିକି ସେ ଋଣ ସୁଝିଛନ୍ତି। ଗତ କିଛି ଦିନ ହେବ ଏଭଳି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ବାସୁ ଭାଗନାନୀ ଏହା ଉପରେ ନୀରବତା ଭାଙ୍ଗିଛନ୍ତି। ତାଙ୍କ କାର୍ଯ୍ୟାଳୟ ବିକ୍ରି ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କ ଅଫିସ୍ ବିଲ୍ଡିଂର ନବୀକରଣ କରାଯାଉଥିବାରୁ ସେ ଅଫିସ ଛାଡ଼ିଥିବା କହିଛନ୍ତି। ଏହା ସହ ସେ ନିଜର ପୁରୁଣା ଟିମ ସହ କାମ କରୁଛନ୍ତି ଏବଂ ଆଗକୁ କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

ଏଏନଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ଅକ୍ଷୟ କୁମାର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମୋତେ କଲ୍ କରି ହେଉଥିବା ଚର୍ଚ୍ଚା ବିଷୟରେ ପଚାରିଥିଲେ। ଏହା ସହ ଯାହା ସାହାଯ୍ୟ ଦରକାର ସେ କରିବେ ବୋଲି କହିଥିଲେ। ତାଙ୍କ ଫୋନ କଲ୍ ପାଇ ମୁଁ ତାଙ୍କୁ ସ୍ପଷ୍ଟ କରିଥିଲି ଯେ, ଅଫିସ୍ ବିଲ୍ଡିଂର ନବୀକରଣ କରାଯାଉଥିବାରୁ ମୁଁ କିଛି ଦିନ ପାଇଁ ଅଫିସ ଛାଡ଼ିଛି। ଅଡ଼ିସ୍ ବିକ୍ରି ହୋଇନାହିଁ। ତାଙ୍କ ପରେ ସନ୍ନି ଦେଓଲ, ସୁନୀଲ ସେଟ୍ଟୀ ଏବଂ ମୋର ପୁରୁଣା ବନ୍ଧୁ ଡେଭିଡ ଧୱନ ମୋତେ ଫୋନ କରି ହେଉଥିବା ଚର୍ଚ୍ଚା ବିଷୟରେ ପଚାରି ବୁଝିଥିଲେ। ଏମାନେ ମୋ ବିଷୟରେ ଏତେ ଚିନ୍ତା କରୁଥିବା ଜାଣି ମୁଁ ବହୁତ ଖୁସି। ମୁଁ ପୁରୁଣା ଟିମ ସହ ଅଛି ଏବଂ ଆଗକୁ ରହିବି।”

ସମ୍ବନ୍ଧିତ ଖବର