ରଣବୀରଙ୍କ ଭଳି ପୋଷାକ ପିନ୍ଧି ଟ୍ରୋଲ୍ ହେଲେ ରାଣୀ

ନୂଆଦିଲ୍ଲୀ: ଅଭିନେତ୍ରୀ ରାଣୀ ମୁଖାର୍ଜୀ କିଛି ଦିନ ହେବ ନିଜର ‘ମର୍ଦାନି’ ସିନେମାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ରାଣୀ ବି ନିଜର ଏହି ସିନେମାକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ‘ମର୍ଦାନି’ ସିନେମାରେ ସେ ଜଣେ ପୁଲିସ କର୍ମଚାରୀଙ୍କ ଭୂମିକା ନିଭାଉ ଥିବା ଜଣାପଡ଼ିଛି। ସମ୍ପ୍ରତି ରାଣୀ ମୁଖାର୍ଜୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଛି। ତେବେ ଏହି ଟ୍ରୋଲ ହେବା ପଛର କାରଣ ହେଉଛି ତାଙ୍କର ପୋଷାକ।

ନିକଟରେ ସେ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଡିଜାଇନ୍‌ କରିଥିବା କୁର୍ତ୍ତା ପରିଧାନ କରିଛନ୍ତି। ତେବେ ରାଣୀ ପରିଧାନ କରିଥିବା କୁର୍ତ୍ତାର ଛବି ଓ ରଙ୍ଗ ଅବିକଳ ରଣବୀର ସିଂହଙ୍କ କୁର୍ତ୍ତା ଭଳି ରହିଛି,  ଯାହାକି ଦୀପବୀର ନିଜର ପ୍ରଥମ ବିବାହ ବାର୍ଷିକୀରେ ପିନ୍ଧିଥିଲେ।

 

 

View this post on Instagram

 

Rani Mukerji Chopra in Sabyasachi. #Sabyasachi #RaniMukerjiChopra #RaniMukerji #TheWorldOfSabyasachi

A post shared by Sabyasachi Mukherjee (@sabyasachiofficial) on

ସବ୍ୟସାଚୀ ରାଣୀଙ୍କ ଏହି ଫଟୋକୁ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ। ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖି ବ୍ୟବହାରକାରୀ ରାଣୀ ପିନ୍ଧିଥିବା ପୋଷାକ ଅବିକଳ ରଣୀବର ସିଂହଙ୍କ ବୋଲି କହି ଟ୍ରୋଲ କରିବାକୁ ଲାଗିଥିଲେ। କେହିକେହି ରାଣୀ ରଣବୀରଙ୍କ ପୋଷାକ ପିନ୍ଧିଛନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ।

ସମ୍ବନ୍ଧିତ ଖବର