ଶହେ କୋଟିର କ୍ଲବରେ ସାମିଲ୍‌ ହେବେ ଏହି ବଲିଉଡ ହିରୋ

ମୁମ୍ବାଇ: ଏବେ ବଲିଉଡରେ ଆକ୍ଟର କମ୍‌ ସିଙ୍ଗର ଆୟୁଷ୍ମାନ୍‌ ଖୁରାନା ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତାଙ୍କୁ ଏବେ କୁହାଗଲାଣି ସରପ୍ରାଇଜ୍‌ ହିରୋ। କାରଣ ତାଙ୍କ ଅଭିନୀତ ସିନେମାଗୁଡିକ ଏବର୍ଷ ବକ୍ସଅଫିସରେ କମାଲ୍‌ କରିଛି। ଆୟୁଷ୍ମାନ୍‌ ଖୁରାନାଙ୍କ ଅଭିନୀତଛୋଟ ବଜେଟର ସିନେମା ‘ଅନ୍ଧାଧୁନ୍‌’ପ୍ରାୟ ୬୬ କୋଟି ୧୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ଜଣାଯାଇଛି।ସେହି ପରି ଆୟୁଷ୍ମାନ୍‌ଙ୍କ ଅଭିନୀତ ଅନ୍ୟ ଏକ କମ୍‌ ବଜେଟର ସିନେମା ‘ବଧାଇ ହୋ’ଏଯାଏଁ ୯୭ କୋଟି ଟଙ୍କାର କଲେକ୍ସସନ୍‌ କରିଥିବା କୁହାଯାଇଛି।ଏହା ଶହେ କୋଟିର କ୍ଲବରେ ସାମିଲ୍‌ ହେବା ଥୟ। ଏହି ସିନେମା ଜରିଆରେ ସେ ପ୍ରଥମ ଥରଲାଗି ଶହେ କୋଟଆ କ୍ଲବରେ ସାମିଲ ହେଉଛନ୍ତି। ।
ଆୟୁଷ୍ମାନ୍‌ ଖୁରାନ ୨୦ ବର୍ଷ ବୟସରେ ଏମ୍‌ଟିଭିରେ ଚର୍ଚ୍ଚିତ ସୋ’ ‘ ରୋଡିଜ୍‌ ’ ପାଇଁ ଅଡିସନ୍‌ ଦେଇଥିଲେ । ଏହି ସୋ’ରେ ବିଜେତା ପରେ ତାଙ୍କ କ୍ୟାରିଅର୍‌ ଦେଇଥିଲା ନୂଆ ମୋଡ଼ ।ଆୟୁଷ୍ମାନ୍‌ ଫିଲ୍ମରେ କାମ କରିବା ପୂର୍ବରୁ ରେଡିଓ ଆର୍‌.ଜେ.ଭାବେ ମଧ୍ୟ କାମ କରିଥିଲେ । ଏହା ଛଡା ମାସ୍‌ କମ୍ୟୁନିକେସନ କୋର୍ସ ମଧ୍ୟ କରିଥିଲେ । ସେହି ସମୟରେ ସେ ଥିଏଟର୍‌ ସହିତ ସଂଶ୍ଲିଷ୍ଟ ହୋଇଥିଲେ । ବିଗ୍‌ ଏଫ୍‌ ଏମ୍‌ ଚାନେଲ୍‌ରେ ତାଙ୍କର ସୋ’ ‘ ବିଗ୍‌ ଚାୟ’ ମାନ୍‌ ନା ମାନ୍‌ , ମେଁ ତେରା ଆୟୁଷ୍ମାନ୍‌’ ସୁପରହିଟ୍‌ ହୋଇଥିଲା । ଆର୍‌ଜେ ଭାବେ ତାଙ୍କୁ ଅଙ୍ଗ ଆଚଭର୍ସ ଆଓ୍ଵାର୍ଡ ଓ ଭାରତ ନିର୍ମାଣ ଆଓ୍ଵାର୍ଡ ମିଳିଥିଲା । ଏହାପରେ ସେ ଟିଭି ଭିଜେ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

କଲର୍ସ ଚାନେଲର ରିଆଲିଟି ସୋ’ ଓ ଷ୍ଟାର୍‌ ପ୍ଲସର ‘ ଜଷ୍ଟ ଡ୍ୟାନ୍‌ସ’ ଭଳି ସୋ’ର ଆଙ୍କରିଂ ମଧ୍ୟ କରିଥିଲେ। ଏହାପରେ ତାଙ୍କୁ ‘ ଭିକି ଡୋନର’ ଫିଲ୍ମରେ ହିରୋ ଭାବେ ବ୍ରେକ୍‌ ମିଳିଥିଲା ।

ସମ୍ବନ୍ଧିତ ଖବର