ଏହି କାରଣରୁ ଆରତୀ-ଦୀପକଙ୍କୁ ଟ୍ରୋଲ କଲେ ଲୋକେ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ଟିଭି ଅଭିନେତ୍ରୀ ଆରତୀ ସିଂ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀପକ ଚୌହାନଙ୍କ ସହ ଇସ୍କନ ମନ୍ଦିରରେ ତାଙ୍କର ବିବାହ ହୋଇଥିଲା। ଆରତୀ ଏବଂ ଦୀପକଙ୍କର ବିବାହ ବହୁତ ବଡ ଆକାରରେ ହୋଇଥିଲା ଯେଉଁଥିରେ ପରିବାରଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ କରିଥିଲେ। ବିବାହ ପ‌ରେ ଆରତୀ ନିଜ ସ୍ବାମୀ ଦୀପକଙ୍କ ସହ ନଜର ଆସିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ଏହି ସମୟରେ ଦୁହେଁ ପିନ୍ଧିଥିବା ପୋଷାକ ପାଇଁ ସେମାନଙ୍କୁ ଟ୍ରୋଲ କରାଯାଇଥିଲା। ଆରତୀ ଲାଲ ରଙ୍ଗର ଶାଢ଼ି ସହ ପିନ୍ଧିଥିବା ବ୍ଲାଉଜ୍ ପାଇଁ ଟ୍ରୋଲ ହୋଇଥିବା ବେଳେ ଦୀପିକ ଟି-ସାର୍ଟକୁ ଇନ୍ କରି ପିନ୍ଧିଥିବାରୁ ଟ୍ରୋଲ ହୋଇଥିଲେ। କିଛି ଲୋକ ଦୀପକଙ୍କ କଳା ରଙ୍ଗକୁ ନେଇ ତାଙ୍କୁ ଟ୍ରୋଲ କରିଥିବା ବେଳେ କିଛି ଲୋକ ଦୁହିଁଙ୍କର ଖୁବଶୀଘ୍ର ଛାଡ଼ପତ୍ର ହେବ ବୋଲି କହିଥିଲେ। ତେବେ ଆରମ୍ଭରୁ ଦୁହିଁଙ୍କୁ ଟ୍ରୋଲ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଦୁହେଁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଦୀପକଙ୍କ ସହ କିଭଳି ସମ୍ପର୍କ ଆରମ୍ଭ ହେଲା ଏହା ବିଷୟରେ ଜଣାଇ ଆରତୀ ବିବାହ ପୂର୍ବରୁ କହିଥିଲେ ଯେ, “ଆମେ ଗତ ବର୍ଷ ଜୁଲାଇ ୨୩ରେ ପ୍ରଥମ ଥର କଥା ହୋଇଥିଲୁ ଏବଂ ତାଙ୍କ ଜନ୍ମଦିନ (ଅଗଷ୍ଟ ୫) ପରେ ସାକ୍ଷାତ କରିଥିଲୁ। ମୁଁ ନଭେମ୍ବର ହେବା ବେଳକୁ ତାଙ୍କ ସହ ଜୀବନ ବିତାଇବି ବୋଲି ନିଷ୍ପତ୍ତି ନେଇସାରିଥିଲି। ହେଲେ ଉଭୟ ପରିବାର ଆମର ସର୍ମ୍ପକକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିନଥିଲୁ। ଜାନୁଆରି ୧ରେ ଦୀପକ ମୋର ଗୁରୁଜୀଙ୍କ ମନ୍ଦିରରେ ଏକ ମୁଦି ପିନ୍ଧାଇ ମୋତେ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ମୁଁ ହଁ କହିଥିଲି। ମୁଁ ସେହି ଦିନକୁ ମୋର ନିର୍ବନ୍ଧ ଦିନ ବୋଲି ଭାବେ। ”

ସମ୍ବନ୍ଧିତ ଖବର