‘ସାର୍‌, ଜିଓ ଆଉ ଚାଲୁ ନାହିଁ’, ଦୀପବୀରଙ୍କ ପାର୍ଟିରେ ମୁକେଶ ଅମ୍ବାନୀଙ୍କୁ ଏପରି ଚିଲେଇ କହିଲେ ଫଟୋଗ୍ରାଫର୍‌

ମୁମ୍ବାଇ: ଡିସେମ୍ବର ୧ ତାରିଖରେ ମୁମ୍ବାଇରେ ଆୟୋଜିତ ହୋଇଥିବା ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ରିସେପ୍‌ସନ ପାର୍ଟିରେ ବଲିଉଡ୍‌ ତାରକାରୁ ନେଇ ଶିଳ୍ପପତି ପର୍ଯ୍ୟନ୍ତ ବହୁ ନାମୀଦାମୀ ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ। ଦୀପବୀରଙ୍କ ଉତ୍ସବରେ ଅନେକ ଉଚ୍ଚ ସ୍ତରୀୟ ବ୍ୟକ୍ତିବିଶେଷଙ୍କ ଗହଣରେ ଦେଖିବାକୁ ମିଳିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ମୁକେଶ ପତ୍ନୀ ନିତା, ଝିଅ ଈଶା, ପୁତ୍ର ଆକାଶ, ଅନନ୍ତ, ଆକଶଙ୍କ ମଙ୍ଗେଦର ଶ୍ଳୋକା ମେହେତା ଓ ଅନନ୍ତଙ୍କ ବନ୍ଧୁ ରାଧିକଙ୍କ ସହ ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ିଙ୍କୁ ଶୁଭେଚ୍ଛା ଦେବାକୁ ସେମାନଙ୍କ ସିସେପ୍‌ସନ ଭେନ୍ୟୁରେ ଉପସ୍ଥିତ ରହିଥିଲେ।

 

 

View this post on Instagram

 

#ambani family at #deepikapadukone #ranveersingh #weddingreception #deepveerkishaadi ❤️❤️❤️ @viralbhayani

A post shared by Viral Bhayani (@viralbhayani) on

ତେବେ ସେଠାରେ ସବୁଠାରୁ ମଜ୍ଜା ବାତାବରଣ ସୃଷ୍ଟି କରିଥିଲା ମୁକେଶ ଅମ୍ବାନୀଙ୍କୁ ସାମ୍ନାରେ ପାଇଁ ଜଣେ ଜିଓ ବ୍ୟବହାରକାରୀ କରିଥିବା ଅଭିଯୋଗ। ମୁକେଶ ଷ୍ଟେଜ୍‌ ଉପରେ ଥିବା ବେଳେ ତଳେ ତାଙ୍କ ଫଟୋ ନେଉଥିଳେ ଜଣେ ଫଟୋଗ୍ରାଫର୍‌। ଫଟୋଗ୍ରାଫର୍‌ ଜଣକ ମୁକେଶଙ୍କୁ ଦେଖିବା ମାତ୍ରେ ଚିଲାଇ କରି କହିଥିଲେ ‘ସାର୍‌, ଜିଓ ଆଉ ଚାଲୁ ନାହିଁ’। ଫଟୋଗ୍ରାଫର୍‌ଙ୍କର ଏପରି ଖୋଲାଖୋଲି ଅଭିଯୋଗ ଶୁଣି ଉପସ୍ଥିତ ଅତିଥି ତ ହସିଥିଲେ, ସେମାନଙ୍କ ସହ ହସିଥିଲେ ନିଜେ ମୁକେଶ ଅମ୍ବାନୀ।

ସମ୍ବନ୍ଧିତ ଖବର