ସବୁବେଳେ ହସ ହସ ମୁହଁରେ ରହୁଥିବା କ୍ୟାଟ୍‌ ଅଚାନକ କାହିଁକି ରାଗିଗଲେ?

ମୁମ୍ବାଇ: କ୍ୟାଟ୍ରିନା କୈଫ୍‌ ସେହି ସବୁ ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯାହାଙ୍କ ନାମ ଶୁଣିବା ମାତ୍ରେ ମୁହଁରେ ହସ ଆସିଯାଏ। ସବୁବେଳେ ହସ ହସ ମୁହଁରେ ରହୁଥିବା କ୍ୟାଟ୍‌ ନିକଟରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ତାଙ୍କର ରାଗ ଦେଖାଇଥିବାର ନଜର ଆସିଛନ୍ତି।

ଆପଣ ଦେଖିଥିବେ ନିଶ୍ଚୟ ଯେ କ୍ୟାଟ୍‌ ସବୁ କଥାକୁ ଏକଦମ ହାଲୁକା ଭାବେ ନେଇଥାନ୍ତି। କେବେ ବି କାହା ଉପରେ କ୍ଷୋଭ ପ୍ରକାଶ କରିନଥାନ୍ତି। ମାତ୍ର କ୍ୟାମେରାମ୍ୟାନ୍‌ ଏପରି କ’ଣ କଲେ ଯେ କ୍ୟାଟ୍‌ ରାଗିଗଲେ?

ସେ ଯୁଆଡ଼େ ବି ଯାଆନ୍ତି କ୍ୟାମେରାମ୍ୟାନ୍‌ମାନେ ତାଙ୍କୁ ନିଜ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥାନ୍ତି। ଗତକାଲି ବି ତାଙ୍କ ସହ ସେପରି ହୋଇଥିଲା। ନଭେମ୍ବର ୧୮ ତାରିଖରେ  ଯେତେବେଳେ କ୍ୟାଟ୍‌ ଜିମ୍‌ରୁ ବାହାରିଲେ ତ କ୍ୟାମେରାମ୍ୟାନ୍‌ ତାଙ୍କୁ ନିଜ କ୍ୟାମେରାରେ କଏଦ କରିବାକୁ ଚେଷ୍ଟା କରିଥିଲେ। ମାତ୍ର କ୍ୟାଟ୍‌ଙ୍କୁ ଏହା ଆଦୌ ପସନ୍ଦ ଆସିଲା ନାହିଁ।

କ୍ୟାଟ୍‌ ଜିମ୍‌ରୁ ବାହାରୁ ଥାଅ‌ାନ୍ତି। ଜଣେ କ୍ୟାମେରାମ୍ୟାନ୍‌ କ୍ୟାଟ୍‌ଙ୍କ ଛବି ଉତ୍ତୋଳନ କରିବାକୁ ଚେଷ୍ଟା କଲେ। ‌ଏତିକି କଥାରେ ରାଗରେ ନାଲି ପଡ଼ିଗଲେ କ୍ୟାଟ୍‌। କ୍ୟାମେରାମ୍ୟାନ୍‌ ହାତରେ କ୍ୟାମେରା ଧରି କହିଲେ, ‘କ୍ୟାଟ୍ରିନାଜୀ ରୁହନ୍ତୁ ନା’।

କ୍ୟାଟ୍‌ ପ୍ରଥମେ ଗାଡ଼ି ଭିତରେ ପଶି ଗାଡ଼ି କାଚ ବନ୍ଦ କରିଦେଲେ। ତାପରେ କ୍ୟାଟ୍‌ କହିଲେ, ‘ଆପଣ ପ୍ରଥମେ କ୍ୟାମେରା ତଳକୁ କରନ୍ତୁ। ମୁଁ ଏଠାକୁ ବ୍ୟାୟାମ କରିବାକୁ ଆସଛି। ଯଦି ଆପଣ ଏପରି କରିବେ ନା…ତଳକୁ କରନ୍ତୁ କ୍ୟାମେରା।’ କ୍ୟାଟ୍‌ଙ୍କ ରାଗ ଦେଖି କ୍ୟାମେରାମ୍ୟାନ୍‌ ବି ତାଙ୍କୁ ତୁରନ୍ତ ‘ସରି’ ବୋଲି କହିଥିଲେ।

 

ସମ୍ବନ୍ଧିତ ଖବର