ନନ୍ଦନକାନନକୁ ଆସିଲା ନାଲି ରଙ୍ଗର ବାଲି ବୋଡ଼ା

ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଏକ ବିରଳ ନାଲି ରଙ୍ଗର ବାଲି ବୋଡ଼ା ସାପ ଆସିଛି। ସାପଟିକୁ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ ପୁରୁଣା ଭୁବନେଶ୍ବରରୁ ଉଦ୍ଧାର କରି ନନ୍ଦନକାନନକୁ ହସ୍ତାନ୍ତର କରିଛି। ସାପଟି ବୟସ୍କ ଓ ତା’ର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ। ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରକୁ ଅଣାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ଖୁଆଡ଼ ମଧ୍ୟରେ ଛଡ଼ାଯାଇଛି। ନାଲି ରଙ୍ଗର ବାଲି ବୋଡ଼ା ସାପଟି ନନ୍ଦନକାନନର ଏକମାତ୍ର ନୂଆ ପ୍ରଜାତି।

ସମ୍ବନ୍ଧିତ ଖବର