ଜୟା ବଚ୍ଚନଙ୍କ ମିମିକ୍ରି କରି ଭାଇରାଲ୍‌ ହେଲେ ମହିଳା, ଆପଣ ବି ରୋକି ପାରିବେନି ନିଜ ହସ

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ବଲିଉଡ୍‌ ଅଭିନେତା ଅଭିନେତ୍ରୀମାନଙ୍କର ଅନେକ ଭିଡିଓ ଆପଣ ଦେଖିଥିବେ। ସେମାନଙ୍କ କଥା କହିବାର ଶୈଳୀ ଅନେକ ସମୟରେ ଲୋକଙ୍କ ମନକୁ ଛୁଇଁ ଥାଏ ତ ପୁଣି କେବେ ଲୋକଙ୍କୁ ଖରାପ ବି ଲାଗିଥାଏ। ସେମାନଙ୍କୁ କିଛି ‌ଲୋକ ଅନୁକରଣ ବି କରିଥାନ୍ତି। କିଛି ଡିଜିଟାଲ୍‌ କ୍ରିୟଟର୍‌ ଅଛନ୍ତି ଯେଉଁମାନେ କି ବଲିଉଡ୍‌ ତାରକାମାନଙ୍କର ମିମିକ୍ରି କରି ଲୋକଙ୍କୁ ମନୋରଞ୍ଜନ ଯୋଗାଇଥାନ୍ତି।

ନିକଟରେ  ଜୟା ବଚ୍ଚନଙ୍କର ଜଣେ ମହିଳା ମିମିକ୍ରି କରୁଥିବାର ଏକ ଭିଡିଓ ଖୁବ୍‌‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଯାହାକୁ ଦେଖିବା ପରେ ଆପଣ ନଜ ହସ ରୋକିପାରିବେ ନାହିଁ। ଆପଣ ତ ଜାଣିଥିବେ ନିଶ୍ଚୟ ଯେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ନିଜର କ୍ରୋଧ ବ୍ୟକ୍ତ କରି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଜୟା ବଚ୍ଚନ। ସେଇ ଥିମ୍‌କୁ ନେଇ ଭିଡିଓ ବନାଇଛନ୍ତି ମିମିକ୍ରି କଳାକାର ଜଣକ।

 

 

View this post on Instagram

 

A post shared by The Chic Shopper (@analeecerejo)

ପୂର୍ବରୁ ବି ଅନେକ ବଲିଉଡ୍‌ କଳାକାରଙ୍କର ମିମିକ୍ରି ହେଉଥିବାର ଭିଡିଓ ଭାଇରାଲ୍‌ ହୋଇଛି। ନିକଟରେ ଜଣେ ମିମିକ୍ରି ଷ୍ଟାର୍‌ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଆଲିଆ ଭଟ୍ଟଙ୍କ ଅଭିନୟକୁ ମିମିକ୍ରି କରି ଚର୍ଚ୍ଚା ପାଲଟିଥିଲେ।

ଅଭିନେତ୍ରୀ ଜୟା ବଚ୍ଚନଙ୍କ ମିମିକ୍ରି ‌ଭିଡିଓକୁ ଇନଷ୍ଟାଗ୍ରାମ୍‌ରେ ସେୟାର୍‌ କରାଯିବା ପରେ ଏଥିରେ ଅନେକ ଭିୟୁ ହୋଇ ସାରିଲାଣି। ଭିଡିଓରେ କ୍ୟାପ୍‌ସନ୍‌ ଦିଆଯାଇଛି ‘କେବଳ ହସିବା ଉଦ୍ଦେଶ୍ୟରେ’।

ସମ୍ବନ୍ଧିତ ଖବର