ଋଷିଜୀଙ୍କ ପ୍ରେମରେ ପଡ଼ିବା ପରେ ସେ ମୋତେ ଏହି କାମ କରିବାକୁ ମନା କରିଥିଲେ: ନୀତୁ କପୁର

ମୁମ୍ବାଇ: ବଲିଉଡର ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ସୋ’ କଫି ଉଇଥ୍ କରନ୍- ୮ର ଏକ ନୂଆ ଏପିସୋଡ୍ ଆସିଛି। ସୋ’ର ନୂଆ ଏପିସୋଡରେ ବଲିଉଡର ବରିଷ୍ଠ ଅଭିନେତ୍ରୀ ନୀତୁ କପୁର ଏବଂ ଜିନତ ଅମାନଙ୍କୁ ଦେଖିବାକୁ ମିଳିଛି। ଏହି ସୋ’କୁ ଆସି ନୀତୁ କପୁର ତାଙ୍କ ପରିବାର ଏବଂ ବୃତ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଥିବା ଦେଖିବାକୁ ମିଳିଛି। ସୋ’ରେ ଋଷି କପୁରଙ୍କ ବିଷୟରେ ମଧ୍ୟ ନୀତୁ କପୁର ଅନେକ କଥା କହିଥିବା ଦେଖାଯାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ନୀତୁ କପୁର, ଋଷି କପୁରଙ୍କୁ ଡେଟ୍ କରୁଥିବା ସମୟର ଘଟଣା ବିଷୟରେ କହୁଛନ୍ତି । ସେ କହୁଛନ୍ତି ଯେ, “ଋଷିଜୀ ପ୍ରେମିକ ହିସାବରେ ବହୁତ କଠୋର ଥିଲେ। ସେ ମୋତେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟୀ କରିବାକୁ ଦେଉନଥିଲେ । ୟଶ ଚୋପ୍ରାଙ୍କ ସହ ଫିଲ୍ମରେ କାମ କରିବା ସମୟରେ ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂରା ଟିମ୍ ସହ ପାର୍ଟୀ କରେ । ହେଲେ ଯେବେଠୁ ଋଷିଜୀ ମୋର ପ୍ରେମିକ ହୋଇଥିଲେ, ମୋତେ ସେ ସୁଯୋଗ ମିିଳି ନଥିଲା । ମୋ ମା’ ଓ ଋଷିଜୀ ଦୁହିଁଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ରହିବା ପସନ୍ଦ ନଥିବାରୁ ମୁଁ ବାହାରକୁ ଯାଇପାରୁନଥିଲି । ସେ ମୋତେ ସବୁବେଳେ କାମ ସରିବା ପରେ ଘରକୁ ଆସିଯିବାକୁ କହୁଥିଲେ। ସେଥିପାଇଁ ସେ ସମୟରେ ମୁଁ ବେଶୀ ବାହାରକୁ ପାର୍ଟି କରିବାକୁ ଯାଉନଥିଲି । “

ସମ୍ବନ୍ଧିତ ଖବର