ରିଲିଜ୍ ପରେ କମାଲ କଲା ‘କଲ୍କି ୨୯୮୯ ଏଡି’, ପ୍ରଥମ ଦିନରେ ଆୟ କରିପାରେ ୨୦୦କୋଟି !

ମୁମ୍ବାଇ : ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୯୮୯ ଏଡି’କୁ ଅପେକ୍ଷା କରି ରହିଥିଲେ। ଏହି ଚଳଚ୍ଚିତ୍ରଟି ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି। ରିଲିଜ୍ ପରେ ପରେ ଫିଲ୍ମକୁ ନେଇ ଲୋକେ ପ୍ରତିକ୍ରିୟା ରଖିବା ଆରମ୍ଭ କରିସାରିଲେଣି। ଟ୍ରେଲର ରିଲିଜ୍ ପରେ ଫିଲ୍ମର ଯେତିକି ପ୍ରଶଂସା କରାଯାଉଥିଲା, ରିଲିଜ୍ ପରେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ଦର୍ଶନ । ଫିଲ୍ମଟି ୨୦୨୪ର ସବୁଠୁ ବଡ଼ ବ୍ଲକବଷ୍ଟର ହେବ ବୋଲି କୁହାଯାଉଛି ।

ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍ ବଜାୟ ରଖିବା ପାଇଁ ନିର୍ମାତାମାନେ ପ୍ରତିଦିନ କିଛି ନା କିଛି ଅପଡେଟ୍ ସେୟାର୍ କରୁଥିଲେ, ଯେଉଁଥିପାଇଁ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିଲା । ଏବେ ଏହାର ଫଳାଫଳ ନିର୍ମାତ‌ାଙ୍କୁ ମିଳିଛି। କୁହାଯାଉଛି ଯେ, ଫିଲ୍ମଟି ପ୍ରଥମ ଦିନରେ ୨୦୦‌କୋଟି ଆୟ କରିବ। ସୂଚନା ମୁତାବକ, ପ୍ରଥମ ଦିନ ପାଇଁ ଫିଲ୍ମର ୧୯ଲକ୍ଷ ଟିକେଟ ବିକ୍ରି ହୋଇଥିବାରୁ ଫିଲ୍ମର ଆୟ ସହଜରେ ୨୦୦କୋଟି ପାର୍ କରିଯିବ ବୋଲି ଫିଲ୍ମ ସମୀକ୍ଷକମ‌ାନେ ମତ ରଖିଛନ୍ତି ।

ସବୁଠାରୁ ବଡ଼ କଥା ‌ହେଲା ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡା, ଦଲକୀର ସଲମାନ ଓ ମୃଣାଲ ଠାକୁରଙ୍କ ଭଳି କଳାକାର କାମିଓ କରିଛନ୍ତି। ଏହା ବ୍ୟତୀତ ଫିଲ୍ମରେ ମୁଖ୍ୟ ଭୂମିକାରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ, ଦିଶା ପଟାନୀ, କମଲ ହାସନଙ୍କ ଭଳି କଳାକାର କାମ କରିଛନ୍ତି ।
ସମ୍ବନ୍ଧିତ ଖବର