ମା’ ହେବେ ଦୀପିକା: ସନ୍ତାନକୁ ନେଇ ରଣବୀରଙ୍କ ପ୍ରତିକ୍ରିୟା

‌ନୂଆଦିଲ୍ଲୀ: ୨୦୧୮ରେ ଦୀପିକା-ରଣବୀର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ବିବାହର ୬ବର୍ଷ ପରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ  ଅଭିନେତା ରଣବୀର ସିଂ ବାପା ଓ ମା’ ହେବାକୁ ଯାଉଛନ୍ତି। ଏ ଖୁସି ଖବରକୁ ‌ଦୀପିକା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେୟାର  କରି ସମସ୍ତଙ୍କୁ ଜଣାଇଥିଲେ।

ନିକଟରେ ରଣବୀର ବାପା ହେବାକୁ ନେଇ ଏକ ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି। ଯାହାକୁ ଶୁଣିବା ପରେ ଦୀପବୀରଙ୍କ ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି। ତେବେ ରଣବୀରଙ୍କୁ ପୁତ୍ର ସନ୍ତାନ ନା କନ୍ୟା ସନ୍ତାନ ଆବଶ୍ୟକ ବୋଲି ପଚରା ଯିବାରୁ ସେ ଦେଇଥିବା ପ୍ରତିକ୍ରିୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯେଉଁଥିରେ ରଣବୀର କହୁଛନ୍ତି, ‘ଯେତେବେଳେ କୌଣସି ଭକ୍ତ ମନ୍ଦିରକୁ ଯାଇଥାଆନ୍ତି ତାଙ୍କୁ ସେଠାରେ ପଚରାଯାଇ ନଥାଏ କି ଆପଣ ପ୍ରସାଦରେ ଲଡ଼ୁ ନେବେ ନା ଶିରା। ଯାହାବି ପ୍ରସାଦରେ ମିଳିଥାଏ ତାହାକୁ ଶ୍ରଦ୍ଧାରେ ଗ୍ରହଣ କରାଯାଇଥାଏ।

ମୋ ମତରେ ଶିଶୁ ବି ହେଉଛି ଭଗବାନଙ୍କ ପ୍ରସାଦ। ପୁଅ କି ଝିଅ ଏଥିରେ ବାଛବିଚାର କରିବା ଆଦୌ ଉଚିତ ନୁହେଁ। ଯେଉଁମାନେ ବି ଏମିତି କରୁଛନ୍ତି ସେମାନଙ୍କୁ ମୋର ଅନୁରୋଧ ଏଥିରୁ ନିବୃତ୍ତ ରୁହନ୍ତୁ। ତେଣୁ ଭଗବାନ ଆମ ଦୁହିଁଙ୍କ ପାଇଁ ଯାହା ଠିକ ଭାବି ପଠାଇଛନ୍ତି ମୁଁ ତାହାକୁ ଖୁବ ଖୁସିରେ ଗ୍ରହଣ କରିବି। ବାପା ହେବାର ସୌଭାଗ୍ୟ ଦେଇଥିବାରୁ ଭଗବାନଙ୍କ ନିକଟରେ ମୁଁ କୃତଜ୍ଞ।’

ସମ୍ବନ୍ଧିତ ଖବର