ଅନୁସନ୍ଧାନ କରୁଥିବା ବର୍ଗ

Latest

କଶ୍ମୀର ପଞ୍ଚାୟତ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀଙ୍କ ଆଖିରେ ଏସିଡ୍‌ ଢାଳିବାକୁ ହିଜ୍‌ବୁଲ୍‌ର ଧମକ

ନୂଆଦିଲ୍ଲୀ: କଶ୍ମୀର ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କ ଆଖିରେ ଏସିଡ୍‌ ଢାଳିବାକୁ ଧମକ ଦେଇଛି ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୁଲ୍‌ ମୁଜାହିଦୀନ୍‌। ସାମାଜିକ ଗଣମାଧ୍ୟମ ଜରିଆରେ ଏକ ଭିଡିଓ କ୍ଲିପ୍‌ରେ ଏହି ଧମକ ପ୍ରସାରଣ କରାଯାଇଛି। ଅତୀତ ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ବିବାଦୀୟ ତାଳବଣିଆ ଥାନା ଇନସପେକ୍ଟରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି

ପୁରୀ: ପୁରୀ ଜିଲ୍ଲା ପୁଲିସ ଅଧିକ୍ଷକ ବିବାଦୀୟ ତାଳବଣିଆ ଥାନା ଅଧିକାରୀଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏଥିପାଇଁ ପୁରୀ ଜିଲ୍ଲା ପୁଲିସ ଇନସ୍‌ପେକ୍ଟର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ୪ ଜଣ ଇନ୍‌ସପେକଟରଙ୍କୁ ଅଦଳବଦଳ କରିଛନ୍ତି। ତାଳବଣିଆ ଥାନା ଇନସପେକ୍ଟର ରମାକାନ୍ତ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ସେସନ୍‌ସ୍‌ କୋର୍ଟରେ ଅଗ୍ନିକାଣ୍ଡ

ମୁମ୍ବାଇ: ସୋମବାର ସକାଳେ ମୁମ୍ବାଇ ସେସନ୍‌ସ୍‌ କୋର୍ଟ କୋଠାର ତୃତୀୟ ତାଲାରେ ଅଗ୍ନିକାଣ୍ଡ ଘଟିଥିବା କଥା ଜଣେ ଅଧିକାରୀ କହିଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌ର ବିପର୍ଯ୍ୟୟ ପରିଚାଳନା ୟୁନିଟ୍‌ କହିବାନୁସାରେ,…
ଅଧିକ ଖବର ଦେଖନ୍ତୁ...

ସ୍ପୋର୍ଟସ୍‌ ବାଇକ୍‌ ଧକ୍କାରେ ୧୧ ବର୍ଷୀୟ ବାଳିକା ମୃତ; ଆରୋହୀଙ୍କୁ ଗଛରେ ବାନ୍ଧି ରାଜପଥ ବନ୍ଦ କଲେ ସ୍ଥାନୀୟ ଅଧିବାସୀ

ହାଇଦ୍ରାବାଦ: ରବିବାର ଦିନ ଦଳେ ସାଙ୍ଗଙ୍କ ସହ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଆଡ଼କୁ ସ୍ପୋର୍ଟସ୍‌ ବାଇକ୍‌ ଚଢ଼ି ଯାଉଥିବା ଜଣେ ବ୍ୟକ୍ତି ଜଣେ ୧୧ ବର୍ଷୀୟ ବାଳିକାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇ ଯାଇଥିଲା। ବେଙ୍ଗାଲୁରୁକୁ ପଡ଼ିଥିବା ୪୪ ନମ୍ବର ଜାତୀୟ ରାଜପଥସ୍ଥିତ…
ଅଧିକ ଖବର ଦେଖନ୍ତୁ...

ପଡୋଶୀ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ନ ପାରି ତଣ୍ଟିକାଟି ହତ୍ୟା କଲା ଯୁବକ

ନୋଇଡ଼ା: ପଡୋଶୀଙ୍କ୨୬ ବର୍ଷୀୟା ପତ୍ନୀ ସହିତ ଅନୈତିକ ସମ୍ପର୍କ ରକ୍ଷା କରିବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଜଣେ ଯୁବକ ତାଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଏହି ୨୮ ବର୍ଷୀୟ ଯୁବକଙ୍କୁ ପୁଲିସ ଘଟଣାର ୯ ଦିନ ପରେ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବାକୁ ବାହାରିନ୍‌ରେ ପହଞ୍ଚିଲେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଦିନିକିଆ ଗସ୍ତରେ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଆଜି ବାହାରିନ୍‌ରେ ପହଞ୍ଚିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଭାବେ ଏହାର ରାହୁଳ ଗାନ୍ଧୀଙ୍କର ପ୍ରଥମ ବିଦେଶ ଗସ୍ତ। ବାହାରିନ୍‌ରେ ରାହୁଳଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ବାହାରିନ୍‌ରେ ରାହୁଳଙ୍କ ସ୍ୱାଗତ କରାଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଗର୍ଭପାତ ଭ୍ରୂଣର ଡିଏନଏ ଟେଷ୍ଟ ଦାବି କଲେ ଯୁବତୀ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଘଟିଛି ଏକ ଅଭବନୀୟ ଘଟଣା। ଜଣେ ଯୁବତୀ ଭୋପାଳ ପୁଲିସକୁ ଆଶ୍ଚର୍ଯ୍ୟଚକିତ କରି ତାଙ୍କ ଗର୍ଭପାତ ଭ୍ରୂଣର ଡିଏନଏ ଟେଷ୍ଟ କରିବା ପାଇଁ ଅଡ଼ି ବସିଛନ୍ତି। ନିଜ ଚରିତ୍ର ଉପରେ ସ୍ୱାମୀ ଉଠାଇଥିିବା ପ୍ରଶ୍ନଚିହ୍ନକୁ ଦୂର କରିବା ପାଇଁ ଯୁବତୀ ଜଣକ ଏପରି କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ଅଭିଭାବକଙ୍କ ବିନା ପ୍ରଥମ ଥର ପାଇଁ ହଜ୍‌ ଯାତ୍ରା କରିବେ ୩୨ ମହିଳା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ୩୨ ଜଣ ମୁସଲମାନ ମହିଳା ବିନା କୌଣସି ପୁରୁଷ ଅଭିଭାବକ କିଂବା ଆତ୍ମୀୟଙ୍କ ସହ ହଜ୍‌ ଯାତ୍ରା କରିବାକୁ ପ୍ରସ୍ତୁତି କରିଛନ୍ତି। ଏହି ୩୨ ଜଣ ମହିଳାଙ୍କ ମଧ୍ୟରୁ ୧୨ ଜଣ ଲକ୍ଷ୍ନୌ, ୧୨ ଜଣ କାନପୁର, ୪ ଜଣ ଆମେଥି ଏବଂ ୪ ଜଣ ଗୋଣ୍ଡାରୁ ଆସିଛନ୍ତି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ ରେସ୍ତୋରାଁରେ ଅଗ୍ନିକାଣ୍ଡ; ୫ ମୃତ

ବେଙ୍ଗାଲୁରୁ: ସୋମବାର ପ୍ରତ୍ୟୁଷରେ ପରିବା ବଜାର ଅଞ୍ଚଳରେ ଥିବା ଏକ ବାର୍‌-କମ୍‌-ରେସ୍ତୋରାଁରେ ନିଅାଁ ଲାଗିଯିବାରୁ ପାଞ୍ଚ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁସାରେ କୁମ୍ବାର ସଂଘ କୋଠାର ତଳ ତାଲାରେ ଥିବା କୈଳାଶ ବାର୍‌ ଏବଂ ରେସ୍ତୋରାଁରେ ନିଅାଁ ଲାଗିଥିଲା।…
ଅଧିକ ଖବର ଦେଖନ୍ତୁ...

ବିଜେପୁରରେ ଗୁଳି ଫୁଟିଲା

ବରଗଡ଼ : ଉପନିର୍ବାଚନ ପୂର୍ବରୁ ଆଜି ବିଜେପୁରର ଜଣେ ବିଜେପି ନେତାଙ୍କ ଘର ଉପରେ ଗୁଳି ମାଡ଼ ହୋଇଛି। ରବିବାର ରାତି ପ୍ରାୟ ୮ଟା ବେଳେ ବିଜେପୁର ବ୍ଲକ ପଡ଼ା ଗାଁରେ ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମନୋରଂଜନ ମେହେରଙ୍କ ଘର ଉପରକୁ ୩ ରାଉଣ୍ଡ ଗୁଳି ଚାଳନା ହୋଇଛି। ଏଥିରେ କେହି ମୃତାହତ ହୋଇ…
ଅଧିକ ଖବର ଦେଖନ୍ତୁ...