ବିହାରରେ ୧୫ ବର୍ଷର ପୁରୁଣା ସରକାରୀ, ବାଣିଜ୍ୟିକ ଯାନ ନିଷିଦ୍ଧ

ନୂଆଦିଲ୍ଲୀ: ପାଟନା ଏବଂ ବିହାରର ଅନ୍ୟ ସହରମାନଙ୍କରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ବିହାର ସରକାର ରାଜ୍ୟରେ ୧୫ ବର୍ଷର ପୁରୁଣା ସରକାରୀ ଏବଂ ବା‌ଣିଜ୍ୟିକ ଯାନବାହନ ନିଷିଦ୍ଧ କରିଛନ୍ତି। ବିହାରର କିଛି ଜିଲ୍ଲାରେ ବାୟୁର ମାନ ଖୁବ୍‌ ବିପଜ୍ଜନକ ହୋଇଯିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟ ସଚିବ ଦୀପକ କୁମାର କହିଛନ୍ତି। ଆଜିଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର