ବିମାନବନ୍ଦର ଟର୍ମିନାଲ୍‌ ଭୁଶୁଡ଼ିବା ଘଟଣା: ବାତିଲ୍‌ ହେଲା ଅନେକ ବିମାନ ସେବା

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ପ୍ରବଳ ବର୍ଷା ମଧ୍ୟରେ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୧ରେ ଥିବା ଛାତର ଏକ ଅଂଶ ଭୁଶୁଡ଼ିବା ପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି।

ଛାତ ଭୁଶୁଡ଼ିବା ପରେ ଟର୍ମିନାଲ‌ର ସମସ୍ତ କାର୍ଯ୍ୟ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି। ବିମାନଗୁଡ଼ିକର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ ଷୋହଳ ବିମାନ ଉଡ଼ାଣ ଏବଂ ୧୨ ଟି ଆଗମନ ବିମାନ ମଧ୍ୟରାତ୍ରିରୁ ବାତିଲ କରାଯାଇଛି।
ଆଜି ସକାଳେ ପ୍ରବଳ ବର୍ଷା ହେତୁ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ୍ ଛାତ ଭୁଶୁଡି ପଡିଛି। ଫଳସ୍ୱରୂପ ଟର୍ମିନାଲ୍ -୧ରୁ ଏବେ ସମସ୍ତ ବିମାନ ଉଡ଼ାଣ ବନ୍ଦ ହୋଇସାରିଛି। ବିମାନ ଚଳାଚଳର ସୁଗମ କାର୍ଯ୍ୟ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।

ଏହି ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ବିମାନ ବନ୍ଦରରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ଅଧିକାରୀମାନେ ତାଙ୍କୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ବୋଲି ସେମାନେ କହିଛନ୍ତି।

ଅଗ୍ନିଶମ ସେବା କହିଛି ଯେ ସକାଳ ପ୍ରାୟ ୫.୩୦ ସମୟରେ ଏକ ଛାତ ଭୁଶୁଡ଼ିବା ବିଷୟରେ ସେମାନେ ଏକ କଲ ପାଇଥିଲେ। ଏଥିରେ କୁହାଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିରେ ଯୋଗଦେବା ପାଇଁ ଅତି କମରେ ଚାରିଟି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ନିଆଯାଇଥିଲା।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ଦିଲ୍ଲୀ ବିମାନବନ୍ଦରରେ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର