୧୨ଶହ ଟ୍ରାକ୍ଟର ନେଇ ଆନ୍ଦୋଳନ ପାଇଁ ବାହାରିବେ ୧୪,୦୦୦କୃଷକ, ୩୦୦କାର୍ ଓ ୧୦ଟି ବସ୍ ହେବ ସାମିଲ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ କିଛି ଦାବି ପୁରଣ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଥିବା କୃଷକ ସଂଗଠନ ଏବେ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। ଦାବି ପୁରଣ ପାଇଁ କହି ମଧ୍ୟ ସରକାର ଦାବି ପୁରଣ ନକରିବାରୁ ଆଜି ପୁଣି ଥରେ ଆରମ୍ଭ ହେବ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। ଏହି ଆନ୍ଦୋଳନରେ ୧୨ଶହ ଟ୍ରାକ୍ଟର ନେଇ ବିରୋଧ ପ୍ରଦର୍ଶନ ପାଇଁ ବାହାରିବେ ୧୪,୦୦୦କୃଷକ। ଏହା ସହ ୩୦୦ଟି କାର୍ ଓ ୧୦ଟି ମିନି ବସ୍ ମଧ୍ୟ ଆନ୍ଦୋଳନରେ ସାମିଲ ହେବ।

କୁହାଯାଉଛି ଯେ, ପଞ୍ଜାବ-ହରିୟାଣା ସୀମାରୁ ଏହି ଆନ୍ଦୋଳନ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏହାକୁ ଆଖି ଆଗରେ ରଖି ପୁଲିସର ବ୍ୟାରିକେଡ୍ ଭାଙ୍ଗିବା ପାଇଁ ବିକ୍ଷୋଭକାରୀମାନେ ଆଣିଥିବା ଉପକରଣ ଜବତ କରିବାକୁ ହରିୟାଣା ପୁଲିସ ପଞ୍ଜାବ ପ୍ରତିପକ୍ଷଙ୍କୁ ଅନୁରୋଧ କରିଛି।

ଅନ୍ୟପକ୍ଷରେ ଜାତୀୟ ରାଜଧାନୀ ଆଡକୁ ଅଗ୍ରସର ହେବାକୁ ପ୍ରସ୍ତୁତ ହେଉଥିବା କୃଷକମାନଙ୍କୁ ରୋକିବା ପାଇଁ ଦିଲ୍ଲୀ ପୁଲିସ ପ୍ରସ୍ତୁତ ରହିଛି।

ସମ୍ବନ୍ଧିତ ଖବର