ଗୁଜୁରାଟରେ ଥିବା ଗେମିଂ ଜୋନରେ ନିଆଁ ଲାଗିବାରୁ ଚାଲିଗଲା ୪ଜଣକ ଜୀବନ

ରାଜକୋଟ: ଗୁଜୁରାଟର ରାଜକୋଟରେ ଥିବା ଗେମିଂ ଜୋନରେ ଲାଗିଲା ନିଆଁ। ଚାଲିଗଲା ୪ଜଣଙ୍କର ଜୀବନ। ଏହି ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିବା ବ‌େଳେ ରାଜକୋଟ ପୁଲିସ କମିଶନର ଅଗ୍ନିକାଣ୍ଡର କାରଣ ଖୋଜୁଥିବା କହିଛନ୍ତି। ଏହି ଘଟଣା ପରେ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ଏକ ବାର୍ତ୍ତା ଜାରି କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି।

ପୂରା ଗେମିଂ ଜୋନ ଜଳି ଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଥିବା ବେଳେ ହଠାତ୍ ଏଭଳି ନିଆଁ କିଭଳି ଲାଗିଲା, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ରହିଛି। ଅନ୍ୟପକ୍ଷରେ ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, “ରାଜକୋଟରେ ଥିବା ଗେମିଂ ଜୋନରେ ଘଟିଥିବା ଅଗ୍ନିକାଣ୍ଡରେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ସମ୍ବନ୍ଧିତ ଖବର