ଆଖୁଖଳା ଅଳିଆରେ ସାପ ଅଛି ଭାବି ଚାଷୀ ନିଆଁ ଲଗାଇଲାରୁ ପୋଡ଼ି ହୋଇ ମଲେ ପାଞ୍ଚ କଲରାପତ୍ରିଆଛୁଆ
ପୁଣେ: ବୁଧବାର ସକାଳେ ପୁଣେ ଜିଲ୍ଲାର ଆମ୍ବେଗାଓଁ ତାଲୁକସ୍ଥିତ ଗୋଟିଏ ଆଖୁ ଖଳାରେ ପାଞ୍ଚଟି କଲରାପତ୍ରିଆଛୁଆ ପୋଡ଼ି ହୋଇ ମରିଛନ୍ତି। ବନ ବିଭାଗ କର୍ମଚାରୀଙ୍କ କହିବା ଅନୁସାରେ, ଜମା ହୋଇଥିବା ଅଳିଆ ଗଦା ଭିତରେ ସାପଟିଏ ପଶିଥିବା ସନ୍ଦେହ କରି ଚାଷୀ ସେଥିରେ ନିଆଁ ଲଗାଇ ଦେବାରୁ ଛୁଆମାନେ ମରିଛନ୍ତି। ଛୁଆମାନେ ୧୦ ଦିନର ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ବନ କର୍ମଚାରୀମାନଙ୍କର ବିଶ୍ୱାସ, ଆଖୁ କିଆରିରେ ଛୁଆମାନଙ୍କୁ ଛାଡ଼ି ମା କଲରାପତ୍ରିଆ ଖାଦ୍ୟ ଅନେ୍ଵଷଣରେ ଯାଇଥିବା ବେଳେ ଏ ଭଳି ଘଟିଛି।
ଆମ୍ବେଗାଓଁ ରେଞ୍ଜ୍ର ବନ ଅଧିକାରୀ ପ୍ରଯୋତ ପାଲ୍େଓ୍ଵ କହନ୍ତି ଯେ ମା କଲରାପତ୍ରିଆ ଛୁଆମାନଙ୍କୁ ନ ପାଇ ହିଂସ୍ର ହେବା ଆଶଙ୍କାରେ ରାତ୍ରକାଳୀନ ପାଟ୍ରୋଲିଙ୍ଗ୍ ପାଇଁ ଲୋକମାନଙ୍କୁ ମୁତୟନ କରାଯାଇଛି।
ମାଆ କଲରାପତ୍ରିଆ ଆକ୍ରମଣ ଭୟରେ ଶ୍ରମିକମାନେ ସେ ଖଳାକୁ ଯାଉ ନାହାନ୍ତି।
ବଣଜଙ୍ଗଲ କମି ଯାଉଥିବାରୁ କଲରାପତ୍ରିଆମାନେ ଆଖୁ ଖଳାକୁ ପଶିଆସୁଛନ୍ତି। ସେମାନେ ଆଖୁକିଆରିରେ ଛୁଆ ଜନ୍ମକରୁଛନ୍ତି ଓ ସେମାନେ ବଢ଼ିଗଲେ ଛାଡ଼ି ଚାଲି ଯାଉଛନ୍ତି। ଯଦି ଛୁଆମାନେ ବଢ଼ିବା ଆଗରୁ ଆଖୁ ଅମଳ ଆରମ୍ଭ ହୋଇଯାଏ ତେବେ ଚାଷୀମାନେ ଲଗାଉଥିବା ନିଆଁରେ ସେମାନେ ପୋଡ଼ି ହୋଇ ମରିବାର ସମ୍ଭାବନା ଥାଏ ବୋଲି ବନ ବିଭାଗ କର୍ମଚାରୀମାନେ କହୁଛନ୍ତି।