ନୀତିନ ଚନ୍ଦ୍ରଙ୍କୁ ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ : ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ତଥା କେନ୍ଦ୍ର ସରକାରଙ୍କ ବିଧି (ଲିଗାଲ୍‌) ବ୍ୟାପାର ବିଭାଗ ସଚିବ ନୀତିନ ଚନ୍ଦ୍ରଙ୍କୁ ନ୍ୟାୟ (ଜଷ୍ଟିସ୍‌) ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଚଳିତ ମାସ ୧୬ ରୁ ୨୫ ପର୍ଯ୍ୟନ୍ତ ନ୍ୟାୟ ବିଭାଗ ସଚିବ ଏସକେଜି ରାହାଟେ ଅନୁପସ୍ଥିତ ରହିବେ। ଏହି ସମୟରେ ଡ. ଚନ୍ଦ୍ରଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିବା ନେଇ ନିଯୁକ୍ତି ସଂପର୍କିତ କ୍ୟାବିନେଟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର