ଅହମଦାବାଦ-ବଡ଼ୋଦରା ଏକ୍ସପ୍ରେସ୍‌ୱେ କାର୍-ଟ୍ରକ୍ ଧକ୍କା, ୧୦ ମୃତ

ଅହମଦାବାଦ: ଅହମଦାବାଦ-ବଡ଼ୋଦରା ଏକ୍ସପ୍ରେସ୍‌ୱେରେ ବୁଧବାର ଏକ କାର୍ ଏକ ଟ୍ରକ୍‌ର ଟ୍ରେଲରକୁ ଧକ୍କା ଦେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି। କାର୍‌ଟି ବଡ଼ୋଦରାରୁ ଅହମଦାବାଦ ଅଭିମୁଖେ ଯାଉଥିଲା। ଏହି ଦୁର୍ଘଟଣାରେ କାର୍‌ରେ ଥିବା ସମସ୍ତ ୧୦ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ଖବର ପାଇ ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତମାନଙ୍କୁ ଡାକ୍ତରଖାନା ନେଇଥଲା। କାର୍‌ରେ ଥିବା ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନିଆଯାଉଥିବା ବେଳେ ବାକି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଏକ୍ସପ୍ରେସ୍‌ୱେରେ ପ୍ରବଳ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର