ନିଟ୍‌ ବିବାଦ: ଏନଟିଏ ଅଧିକାରୀଙ୍କୁ ଚେତାବନୀ ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ନିଟ୍‌) ପରିଚାଳନାରେ ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ନ୍ୟାସନାଲ ଟେଷ୍ଟିଂ ଏଜେନ୍‌ସି (ଏନ୍‌ଟିଏ)ର କର୍ମକର୍ତ୍ତାଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ନିଟ୍‌ ପରିଚାଳନାରେ ଦୁଇ ପ୍ରକାର ଅନିୟମିତତା ସାମ୍ନାକୁ ଆସିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ନିର୍ଦ୍ଧାରିତ ସମୟ ଠାରୁ କମ୍‌ ସମୟ ଦିଆଯାଇ ଥିବାରୁ କିଛି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବାରୁ ସେମାନଙ୍କୁ ଗ୍ରେସ୍‌ ମାର୍କ ପ୍ରଦାନ କରାଯାଇଛି।

ଗ୍ରେସ୍‌ ମାର୍କକୁ ସରକାର ନାପସନ୍ଦ କରିବା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କ ପୁନଃ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦୁଇଟି ସ୍ଥାନରେ ଅତିରିକ୍ତ ଦୁର୍ନୀତି ମଧ୍ୟ ସାମ୍ନାକୁ ଆସିଛି। ‘ମୁଁ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଆଶ୍ୱାସନା ଦେଉଛି ଯେ ସରକାର ଏହି ପ୍ରସଙ୍ଗକୁ ବହୁତ ଗମ୍ଭୀରତାର ସହ ନେଇଛନ୍ତି। ଆମେ ଏହାକୁ ଯୁକ୍ତିଯୁକ୍ତ ପରିସରକୁ ନେବୁ ବୋଲି ସେ କହିଛନ୍ତି।’

ଯଦି ଏନ୍‌ଟିଏର ବରିଷ୍ଠ କର୍ମକର୍ତ୍ତାଙ୍କ ସମେତ କୌଣସି ଅଧିକାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ଛଡ଼ାଯିବ ନାହିଁ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏନଟିଏରେ ସଂସ୍କାର ପାଇଁ ପରାମର୍ଶ ଦେଇଥିଲେ। ଏନ୍‌ଟିଏ ଏକ ସ୍ୱୟଂଶାସିତ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟରେ ଅନେକ ସଂସ୍କାରର ଆବଶ୍ୟକତା ରହିଛି। ଏହାକୁ ନେଇ ସରକାର ଚିନ୍ତିତ ଅଛନ୍ତି। ‘ମୁଁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ ବୋଲି ସେ କହିଛନ୍ତି।

ଭାରତରେ ସ୍ନାତକୋତ୍ତର ସ୍ତରର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶ ଦ୍ୱାର ଭାବେ ପରିଚିତ ନିଟ୍‌-ୟୁଜି ପରୀକ୍ଷା ମେ ୫ ତାରିଖରେ ଭାରତର ୫୭୧ଟି ସହରର ୪,୭୫୦ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଜୁନ୍‌ ୪ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା।
ଫଳ ପ୍ରକାଶ ପାଇବା ପରେ ଅଭିଭାବକ ଓ ଶିକ୍ଷକମାନେ ୧୫୬୬୩ ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସ୍‌ ମାର୍କକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର