ରୁଷର ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ

କିଭ୍: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ବର୍ଷରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ସୁଦ୍ଧା ଅସ୍ତ୍ରଶସ୍ତ୍ର ଅଭାବରୁ ରୁଷ୍ ସହ ଯୁଦ୍ଧରେ ୟୁକ୍ରେନ୍ ପଛରେ ପଡ଼ିଥିଲା। କିନ୍ତୁ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ମିଳିବା ପରେ ୟୁକ୍ରେନ ପୁଣି ଥରେ ଯୁଦ୍ଧରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ୟୁକ୍ରେନ ପକ୍ଷରୁ ଏକ ବଡ଼ ଡ୍ରୋନ୍ ଆକ୍ରମଣରେ ରୁଷିଆର ତୈଳ ବିଶୋଧନାଗାର ଏବଂ ଇନ୍ଧନ ଡିପୋକୁ ଉଡ଼ାଇ ଦିଆଯାଇଛି। କ୍ରେମଲିନର ଯୁଦ୍ଧ ପଦ୍ଧତିରେ ବାଧା ସୃଷ୍ଟି କରିବା ପାଇଁ ଚାଲିଥିବା ପ୍ରୟାସ ଏବଂ ପାଶ୍ଚାତ୍ୟ ସମର୍ଥନ ପାଇଁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଦାବି ମଧ୍ୟରେ ଏହି ଆକ୍ରମଣ ହୋଇଛି ।

ଟାର୍ଗେଟ ହୋଇଥିବା ଅଞ୍ଚଳର ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଜେଲେନସ୍କି ଗୁରୁବାର ଫ୍ରାନ୍ସରେ ଡି-ଡେ ସ୍ମାରକୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଶ୍ୱ ନେତାଙ୍କ ସହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସେ ଫ୍ରାନ୍ସ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚେତାବନୀ ଦେବାର ଗୋଟିଏ ଦିନ ପରେ ଜେଲେନସ୍କି ଏହି ଗସ୍ତ କରିଛନ୍ତି ଯେ ଋଷିଆ ଅନ୍ୟ ଦେଶମାନଙ୍କୁ ଦୀର୍ଘ ଦୂରତାର ଅସ୍ତ୍ରଶସ୍ତ୍ର ଯୋଗାଇପାରିବ ଯାହା ଦ୍ୱାରା ସେମାନେ ପାଶ୍ଚାତ୍ୟ ଟାର୍ଗେଟଉପରେ ଆକ୍ରମଣ କରିପାରିବେ । ନାଟୋ ସହଯୋଗୀ ରାଷ୍ଟ୍ରମାନେ ୟୁକ୍ରେନକୁ ଋଷୀୟ ଅଞ୍ଚଳ ଉପରେ ଆକ୍ରମଣ କରିବା ପାଇଁ କିଭକୁ ଯୋଗାଇ ଦିଆଯାଇଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେବେ ବୋଲି କହିବା ପରେ ଏହି ଧମକ ଆସିଛି।

ସମ୍ବନ୍ଧିତ ଖବର