ଠାଣେ ରସାୟନ କାରଖାନାରେ ବିସ୍ଫୋରଣ, ୭ ମୃତ

ଠାଣେ : ଗୁରୁବାର ମହାରାଷ୍ଟ୍ରର ମୁମ୍ବାଇ ଉପକଣ୍ଠରେ ଥିବା ଠାଣେସ୍ଥିତ ଏକ ରସାୟନ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ପରେ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ବିସ୍ଫୋରଣରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଚାଶରୁ ଅଧିକ ଲୋକ ଆହତ ହୋଇଛନ୍ତି। ବଏଲର ଫାଟିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି । କାରଖାନାଟି ଏମଆଇଡିସି ପରିସରରେ ଅବସ୍ଥିତ ।

ରାସାୟନିକ କାରଖାନାରେ ବିସ୍ଫୋରଣ ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଡୋମ୍ବିଭାଲୀ ଏମଆଇଡିସିର ଅମୁଦାନ କେମିକାଲ୍ କମ୍ପାନୀରେ ବଏଲର ବିସ୍ଫୋରଣ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣାରେ ୮ ଜଣଙ୍କୁ ନିଲମ୍ବିତ କରାଯାଇଛି। ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଅଧିକ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି। ଫଡନବୀଶ କହିଛନ୍ତି ଯେ ସେ  କଲେକ୍ଟରଙ୍କ ସହ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଏନଡିଆରଏଫ, ଏସଡିଆରଏଫ, ଫାୟାର ବ୍ରିଗେଡର ଦଳ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ଏହି  ଦୁର୍ଘଟଣା କେଉଁ କାରଣରୁ ଘଟିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 

ସମ୍ବନ୍ଧିତ ଖବର