ଦକ୍ଷିଣ ଚୀନ ସାଗରରେ ଯୁଦ୍ଧର କଳାବାଦଲ : ଚରମରେ ଚୀନ ଓ ଫିଲିପାଇନ୍ସ ଉତ୍ତେଜନା

ମାନିଲା: ଦକ୍ଷିଣ ଚୀନ୍ ସାଗରରେ ଚୀନର ଆଧିପତ୍ୟରେ ଫିଲିପାଇନ୍ସ ଏବେ ବିରକ୍ତ ହୋଇଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ଚୀନ୍ ସାଗରରେ ଦୁଇ ଦେଶର ନୌସେନା ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଏହାପରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ଫିଲିପାଇନ୍ସ ରାଷ୍ଟ୍ରପତି ରବିବାର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ଦେଶ କୌଣସି ବିଦେଶୀ ଶକ୍ତି ଆଗରେ ମୁଣ୍ଡ ନୁଆଁଇବ ନାହିଁ କିନ୍ତୁ କେବେ ବି ଯୁଦ୍ଧ ଆରମ୍ଭ କରିବ ନାହିଁ । ଏହା ସହ ଫିଲିପାଇନ୍ସ ସୈନିକମାନେ ଦକ୍ଷିଣ ଚୀନ ସାଗରରୁ ପଛକୁ ହଟିବେ ନାହିଁ ବୋଲି ମଧ୍ୟ କୁହାଯାଇଛି।

ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ହୋଇଥିବା ସଂଘର୍ଷରେ ଚୀନ୍ ସେନା ଫିଲିପାଇନ୍ସ ନୌସେନା କର୍ମଚାରୀଙ୍କୁ ଆହତ କରିବା ଏବଂ ଅତି କମରେ ଦୁଇଟି ସାମରିକ ଡଙ୍ଗାକୁ କ୍ଷତି ପହଞ୍ଚାଇବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଏବେ ପଛକୁ ହଟିବାର ପ୍ରଶ୍ନ ଉଠୁନାହିଁ। ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟର ତାଙ୍କ ଶୀର୍ଷ ଅଧିକାରୀ ଏବଂ ପ୍ରତିରକ୍ଷା ମୁଖ୍ୟଙ୍କ ସହ ଦ୍ୱୀପ ପ୍ରଦେଶ ପାଲାୱାନ ଅଭିମୁଖେ ଯାତ୍ରା କରିଥିଲେ। ସେ ସେଠାରେ ଚୀନ୍ ତଟରକ୍ଷୀ ବାହିନୀ ଦ୍ୱାରା ଟାର୍ଗେଟ ହୋଇଥିବା ନୌସେନା କର୍ମଚାରୀଙ୍କୁ ଭେଟି ପଦକ ପ୍ରଦାନ କରିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର