ଜେଏନ୍‌ୟୁରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ : ରବିବାର ବିଳମ୍ବିତ ରାତିରେ ଜବାହରଲାଲ ନେହରୁ ୟୁନିଭରସିଟି (ଜେଏନ୍‌ୟୁ)ରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଫଳରେ ଉଭୟ ଗୋଷ୍ଠୀର କେତେକ ଛାତ୍ର ଆହତ ହୋଇଥିବାବେଳେ ଉଭୟେ ଉଭୟଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଛାତ୍ରମାନଙ୍କ ଅଭିଯୋଗ, ସେମାନେ ଏକ ମିଟିଂ କରୁଥିବାବେଳେ ହଠାତ୍‌ କିଛି ଛାତ୍ର ପଶିଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ଆମ୍ବୁଲାନ୍ସ ଭିତରେ ଥିବା ଜଣେ ଛାତ୍ରଙ୍କ ଏକ ଭିଡିଓ ପୋଷ୍ଟ କରିଛି ସଂଗଠନ। ଅନ୍ୟପକ୍ଷରେ ଏମ୍‌ଏ ପଢ଼ୁଥିବା ଜଣେ ଛାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଜଣେ ଦିବ୍ୟାଙ୍ଗ ଛାତ୍ରଙ୍କୁ ଘରିଯାଇ ଏବିଭିପି ଛାତ୍ରମାନେ ନିସ୍ତୁକ ପିଟିଥିଲେ। ଜେଏନ୍‌ୟୁ ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ ପକ୍ଷରୁ କୁହାଯାଇଛି, ଏବିଭିପି ଛାତ୍ରମାନେ ଅଧାରୁ ମିଟିଂ ସ୍ଥଗିତ ରଖି ହିଂସା ଜାରି ରଖିଥିଲେ। ପିସିଆର୍‌ କଲ୍‌ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା।

ସମ୍ବନ୍ଧିତ ଖବର