‘ପାକିସ୍ତାନ ଭିକ ମାଗୁଛି’

ଇସ୍‌ଲାମାବାଦ: ଭାରତ ବିଶ୍ବଶକ୍ତି ହେବାର ସ୍ବପ୍ନ ଦେଖୁଛି, ଆମେ (ପାକିସ୍ତାନ) ଭିକ ମାଗିବା ପାଇଁ ବିଭିନ୍ନ ରାଷ୍ଟ୍ର ବୁଲୁଛୁ। ପାକିସ୍ତାନର ଜମୈତ ଉଲେମା ଏ ଇସ୍‌ଲାମ୍‌ ଫାଜଲ ନେତା ମୌଲାନା ଫଜଲ୍‌ ଉର୍‌ ରେହମାନ୍‌ ପାକିସ୍ତାନ ସଂସଦରେ ଦେଇଥିବା ଏହି ବୟାନ ସଂପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରେହମାନ କହିଥିଲେ, ଭାରତ ଏବେ ବିଶ୍ବଶକ୍ତି ହେବା ପାଇଁ ସବୁ ସାମର୍ଥ୍ୟ ଖଟାଇ ଆଗକୁ ବଢ଼ୁଛି। ଅନ୍ୟପକ୍ଷରେ ପାକିସ୍ତାନ ଭୀଷଣ ଦେବାଳିଆ ସ୍ଥିତିରେ ରହି ସହାୟତା ପାଇଁ ଛଟପଟ ହେଉଛି।

ସମ୍ବନ୍ଧିତ ଖବର