ମମତାଙ୍କୁ ଝଟକା ଦେଲେ କୋଲକାତା ହାଇକୋର୍ଟ, ଶୁଭେନ୍ଦୁଙ୍କ ସହଯୋଗୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ କୋଲକତା ହାଇକୋର୍ଟ ବଡ ଝଟକା ଦେଇଛନ୍ତି । ନକଲି ସରକାରୀ ଚାକିରି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ରାଖଲ ବେରାଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ମମତା ବାନାର୍ଜୀ ସରକାରଙ୍କୁ କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ଆଉ ଏଫଆଇଆର ଦାଖଲ କରାଯାଇପାରିବ ନାହିଁ।

ଯଦି ଏହା କରିବାକୁ ହେବ, ତେବେ ଏଥିପାଇଁ କୋର୍ଟରୁ ଅନୁମତି ନେବାକୁ ପଡିବ | ପଶ୍ଚିମବଙ୍ଗ ବିଧାନସଭାରେ ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ନେତା ହୋଇଥିବାବେଳେ ଏବେ ଟିଏମସି ସରକାରଙ୍କ ଟାର୍ଗେଟରେ ରହିଛନ୍ତି । ଏକଦା ମମତା ବାନାର୍ଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିବା ଶୁଭେନ୍ଦୁ ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ମମତା ବାନାର୍ଜୀଙ୍କୁ ପରାସ୍ତ ମଧ୍ୟ କରିଥିଲେ |

ଜୁନ୍ ମାସରେ ସୁଜିତ ଦେ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ରାଖଲ ବେରାଙ୍କୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିଥିଲା | ସୁଜିତ ଅଭିଯୋଗ କରିଥିଲେ ଯେ ରାଖଲ ବେରା ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଠକିଥିଲେ । ତାଙ୍କୁ ଜଳସେଚନ ବିଭାଗରେ ଚାକିରି ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର