ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ

ଭୁବନେଶ୍ବର : ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ ହୋଇଥିବା ଖବର ହସ୍ତଗତ ହୋଇଛି । ୭୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଥିଲେ ।

ବାଲେଶ୍ବର ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଅରୁଣ ଗତ ବର୍ଷ ବିଜେଡ଼ିକୁ ଫେରିଥିଲେ । ୨୦୧୪ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । କିନ୍ତୁ ସେ ବିଜେଡ଼ିର ଜୀବନ ପ୍ରଦୀପ ଦାସଙ୍କଠାରୁ ହାରି ଯାଇଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ସେ ଏନସିପି ଟିକେଟରୁ ଲଢିଥିଲେ ।

ସମ୍ବନ୍ଧିତ ଖବର