ଜମି ଦୁର୍ନୀତି ମାମଲାରେ ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗତ ଜାନୁଆରିରେ ଗିରଫ ହୋଇଥିବା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୋରେନଙ୍କୁ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ କରାଯାଇଥିଲା।

ତାଙ୍କ ବିରୋଧ‌ରେ ଅଭିଯୋଗ ହୋଇଥିଲା ଯେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା କୋଟି କୋଟି ଟଙ୍କା ମୂଲ୍ୟର ଜମି ହଡ଼ପ କରିବା ପାଇଁ କାଳ୍ପନିକ କାରବାର ଏବଂ ଜାଲ୍ ଦଲିଲ ମାଧ୍ୟମରେ ରେକର୍ଡକୁ ନିୟନ୍ତ୍ରଣ କରୁଥିଲେ। ଜମି ଦଖଲ ପାଇଁ ସେ ଏକ ବଡ଼ ଯୋଜନା ଚଳାଇଥିଲେ।

ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଇଡି ତଦନ୍ତ ଜୋର୍‌ ଧରିଥିଲା। ଇଡି ମାରାଥନ ପ୍ରଶ୍ନ ଅଧିବେଶନ ଆରମ୍ଭ କରିବାର କିଛି ଘଣ୍ଟା ପରେ ହେମନ୍ତ ସୋରେନ ଜାନୁଆରି ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇଡି ତାଙ୍କୁ ଗିରଫ କରିବ ବୋଲି କହିବା ପରେ ସେ ନିଜ ଆଡୁ ଇସ୍ତଫା ଦେଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଗିରଫ ହେବାକୁ ଚାହୁଁନଥିବା ସୋରେନ ଇସ୍ତଫା ଦେବା ପରେ ଯାଇ ଇଡି ହାତରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର