ଶୁକ୍ରବାର ହେବ ପ୍ରଥମ ପ୍ରେସିଡେନ୍ସିଆଲ୍ ଡିବେଟ୍, ମୁହାଁମୁହିଁ ହେବେ ଟ୍ରମ୍ପ ଓ ବାଇଡେନ୍

ୱାଶିଂଟନ: ଚଳିତ ବର୍ଷ ନଭେମ୍ବର ୫ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଆମେରିକାରେ ନିର୍ବାଚନୀ ଉଷ୍ମତା ଧୀରେ ଧୀରେ ବଢିବାରେ ଲାଗିଛି । ଏହି କ୍ରମରେ ଶୁକ୍ରବାର ଆମେରିକାରେ ପ୍ରଥମ ପ୍ରେସିଡେନ୍ସିଆଲ ଡିବେଟ୍ ବା ରାଷ୍ଟ୍ରପତି ବିତର୍କ ହେବ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ମୁହାଁମୁହିଁ ହେବେ। ଭାରତର ସମୟ ଅନୁଯାୟୀ ଶୁକ୍ରବାର (ଆମେରିକୀୟ ସମୟ ଅନୁଯାୟୀ ଗୁରୁବାର ରାତି ୯ଟା) ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ବିତର୍କ ଆରମ୍ଭ ହେବ। ୬୪ ବର୍ଷ ପରେ ଏକ ଟିଭି ଷ୍ଟୁଡିଓରେ ଏହି ବିତର୍କ ଆୟୋଜନ କରାଯାଉଛି ।

ଏଥର ଉଭୟ ପକ୍ଷର ଆପତ୍ତି ଯୋଗୁଁ ରାଷ୍ଟ୍ରପତି ବିତର୍କ ଆୟୋଗ ଅନୁଷ୍ଠିତ ହେଉନାହିଁ। ଆଟଲାଣ୍ଟାରେ ମିଡିଆ ନେଟୱାର୍କ ସିଏନ୍ଏନ୍ ପ୍ରଥମ ରାଷ୍ଟ୍ରପତି ବିତର୍କ ଆୟୋଜନ କରିବ। ଏହାବ୍ୟତୀତ ସିବିଏସ୍ ଓ ସିବିଏସ୍ ନ୍ୟୁଜ୍ ୨୪/୭ରେ ମଧ୍ୟ ରାଷ୍ଟ୍ରପତି ବିତର୍କ ପ୍ରସାରିତ ହେବ। ଏହା ଅନ୍ୟ ନେଟୱାର୍କରେ ମଧ୍ୟ ଏକାସାଙ୍ଗରେ ପ୍ରସାରିତ ହେବ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେପ୍ଟେମ୍ବରରେ ଦ୍ୱିତୀୟ ବିତର୍କ ହେବ। ଦ୍ୱିତୀୟ ବିତର୍କ ଏବିସି ମିଡିଆ ନେଟୱାର୍କ ଦ୍ୱାରା ଆୟୋଜନ କରାଯିବ ।

ସମ୍ବନ୍ଧିତ ଖବର