ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏବେ ଏମ୍ବିବିଏସ୍ ସିଟ୍କୁ ନେଇ ବ୍ୟାପକ ଜାଲିଆତି ସାମ୍ନାକୁ ଆସିଛି। ସହରର କିଛି ନକଲି ଏଜେନ୍ସି ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କଠୁ ୫ କୋଟି ଟଙ୍କା ଠକିନେଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ୧୫ଟି ମାମଲା ରୁଜୁ ହୋଇଛି। ମେଧାବୀ ତଥା ଆବଶ୍ୟକ ମାର୍କ ହାସଲ କରିଥିବା ପ୍ରାର୍ଥୀମାନେ ଏମ୍ବିବିଏସ୍ ସିଟ୍ ପାଇବା ମୁସ୍କିଲ୍ ହୋଇପଡ଼ିଥିବା ବେଳେ ମୋଟା ଅଙ୍କର ଟଙ୍କା ନେଇ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ସିଟ୍ ଦେବେ ବୋଲି ଏଜେନ୍ସିଗୁଡ଼ିକ ପ୍ରତିଶ୍ରୁତି ଦେଉଛନ୍ତି। ନକଲି ଏଜେନ୍ସିଗୁଡ଼ିକ ଛାତ୍ର ପିଛା ୧୦-୭୦ ଲକ୍ଷ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି।