ସିଏଏ ସମେତ ୨୦୦ ଆବେଦନର ଶୁଣାଣି ଆଜି

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟରେ ଆସନ୍ତାକାଲି ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ସମେତ ୨୦୦ଟି ଜନସ୍ବାର୍ଥ ଆବେଦନର ଶୁଣାଣି ହେବ। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରି ହୋଇଥିବା ଆବେଦନର ଶୁଣାଣି କରିବେ। ସୁପ୍ରିମ୍‌କୋର୍ଟ ୱେବ୍‌ସାଇଟ୍‌ ଅପ୍‌ଲୋଡ ହୋଇଥିବା ତାଲିକା ଅନୁସାରେ ପ୍ରଧାନ ବିଚାରପତିଙ୍କ ସହିତ ବିଚାରପତି ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ୨୦୦ରୁ ଅଧିକ ମାମଲା ରହିଛି। ସିଏଏ ବିରୋଧରେ ଇଣ୍ଡିଆନ୍‌ ୟୁନିୟନ ମୁସ୍‌ଲିମ ଲିଗ୍‌ ପ୍ରମୁଖ ଆବେଦନକାରୀ ରହିଛି । ସୁପ୍ରିମ୍‌କୋର୍ଟ କିଛି ବର୍ଷ ହେଲା ପଡ଼ିରହିଥିବା ଜନସ୍ବାର୍ଥ ମାମଲାଗୁଡ଼ିକ ଉପରେ ମଧ୍ୟ ଆସନ୍ତାକାଲି ରାୟ ଶୁଣାଇବେ।

ସମ୍ବନ୍ଧିତ ଖବର