ଆଇସିଆଇସିଆଇ-ଭିଡିଓକନ୍‌ ଋଣ ମାମଲା: ଜେଲ୍‌ରୁ ବାହାରିଲେ ଚନ୍ଦା କୋଚ୍ଚର୍‌ ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍‌

ମୁମ୍ବାଇ: ‘ଭିଡିଓକନ୍‌’ ଋଣ ମାମଲାରେ ‘ସିବିଆଇ’ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ର ପୂର୍ବତନ ପରିଚାଳନା ନିର୍ଦେଶିକା ତଥା ‘ସିଇଓ’ ଚନ୍ଦା କୋଚ୍ଚର୍‌ ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍‌ଙ୍କୁ ଜାମିନ୍‌ ମିଳିବା ପରେ ସେମାନେ ଆଜି ଜେଲ୍‌ରୁ ବାହାରିଛନ୍ତି। ଚନ୍ଦ‌ା କୋଚ୍ଚର୍‌ ବାଇକୁଲା ମହିଳା କାରାଗାରରୁ ମୁକୁଳି ବାହାରକୁ ଆସିଥିବା ବେଳେ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ଆର୍ଥର୍‌ ରୋଡ୍‌ ଜେଲ୍‌ରୁ ମୁକ୍ତ କରାଯାଇଛି। ସୋମବାର  ଚନ୍ଦା କୋଚ୍ଚର୍‌ ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍‌ଙ୍କୁ ମୁକ୍ତ କରିବା ଲାଗି ବମ୍ବେ ହାଇକୋର୍ଟ ଆଦେଶ ଦେଇଥିଲେ।

 

ଉଲ୍ଲେଖଯୋଗ୍ୟ, ୨୦୧୨ରେ ‘ଭିଡିଓକନ୍‌ ଗ୍ରୁପ୍‌’କୁ ୩,୨୫୦ କୋଟି ଟଙ୍କା ଋଣ ମଞ୍ଜୁରିରେ ଠକେଇ ଓ ଅନିୟମିତତା ଅଭିଯୋଗକୁ ଆଧାର କରି ‘ସିବିଆଇ’ ଡିସେମ୍ବର ୨୪ରେ ଚନ୍ଦା ଓ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍‌ଙ୍କୁ ଗିରଫ କରିଥିଲା। ଏହି ଋଣ ମଞ୍ଜୁରିରେ କୋଚ୍ଚର୍‌ ସ୍ବାମୀ ଓ ପରିବାର ଉପକୃତ ହୋଇଥିବା କଥା ଅଭିଯୋଗକାରୀ ଦର୍ଶାଇ ଥିଲେ। କିନ୍ତୁ, ‌କୋଚ୍ଚର୍‌ ଦମ୍ପତିଙ୍କୁ ଗିରଫ କରିବା ସମୟରେ କୌଣସି ବିଧି ଅଥବା ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଂଘନ କରାଯାଇ ନ ଥିବା କଥା ‘ସିବିଆଇ’ କହିଥିଲା।

ତେବେ ଚଳିତ ମାସରେ ପୁଅ ବାହାଘର ଥିବାରୁ ସେମାନଙ୍କୁ ଜାମିନ ମଞ୍ଜୁର କରାଯାଉ ବ‌ୋଲି ମଧ୍ୟ ସେମାନେ ନି‌କଟରେ ଆବେଦନ କରିଥିଲେ। ଅଦାଲତ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ମୁଚାଲିକା ବିନିମୟରେ ସାମୟିକ ଭାବେ ମୁକ୍ତ କରାଯିବାକୁ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର