ପରମାଣୁ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ୟୁକ୍ରେନ, ଆମେରିକା

ବିକିରଣ ନିରୋଧୀ ଔଷଧ ମହଜୁଦ ରଖୁଛନ୍ତି ଆମେରିକା, ୟୁକ୍ରେନ

କିବ୍ : ୟୁକ୍ରେନ-ରୁଷ ଯୁଦ୍ଧ ଗତ କିଛି ଦିନ ହେଲା ନାଟକୀୟ ମୋଡ଼ ନେବାରେ ଲାଗିଛି । ଅଧିକୃତ ଅଂଚଳରେ ରୁଷ ସେନାର କବଜା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବାବେଳେ ୟୁକ୍ରେନ ସେନାର ସ୍ଥିତି ସୁଦୃଢ ହେବାରେ ଲାଗିଛି  । ଏହାକୁ ଦୃଷ୍ଟିରେ ରଖି ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଉଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହି ଧମକ ପରେ ସମଗ୍ର ବିଶ୍ବରେ ଆତଙ୍କ ଖେଳିଯାଇଛି । ବିଶ୍ବ ପୁଣି ଏକ ପରମାଣୁ ବିଭୀଷିକାର ଆଶଙ୍କାରେ ଆତଙ୍କିତ ହେଉଛି ।

ଅନ୍ୟପକ୍ଷରେ , ସମ୍ଭାବ୍ୟ ପରମାଣୁ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ୟୁକ୍ରେନ । କେବଳ ୟୁକ୍ରେନ ନୁହେଁ, ଆମେରିକା ବି ଏଥିପାଇଁ ପ୍ରସ୍ତୁତ ହେଉଛି ।

ୟୁକ୍ରେନ ସରକାର ନିଜର ନାଗରିକମାନଙ୍କୁ ବିକିରଣ ନିରୋଧୀ ଔଷଧ ବଣ୍ଟନ କରିବା ଆରମ୍ଭ କରିଦେଇଛନ୍ତି । କିବ୍ ନଗରନିଗମ ପକ୍ଷରୁ ନିଜର ନାଗରିକମାନଙ୍କୁ ପୋଟାସିୟମ ଆୟୋଡାଇଡ୍ ଟାବଲେଟ ବଣ୍ଟନ କରାଯାଉଛି । ଏହି ଔଷଧ ସେବନ କଲେ ପରମାଣୁ ଆକ୍ରମଣ ବେଳେ ହାନୀକାରକ ତେଜସ୍କ୍ରିୟ ବିକିରଣ ଥାଇରଏଡ୍ ଗ୍ରନ୍ଥି ଦେଇ ମାନବ ଶରୀରରେ ପ୍ରବେଶ କରେ ନାହିଁ ।

ବୁଧବାରଦିନ ଆମେରିକାର ସ୍ବାସ୍ଥ୍ୟ ଓ ମାନବୀୟ ସହାୟତା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ବିକିରଣ ଜନିତ ସମସ୍ୟା (ଏଆରଏସ)ର ନିବାରଣ ପାଇଁ ବ୍ୟବହାର ହେଉଥିବା ଔଷଧ ଏନପ୍ଲେଟ୍ ଖରିଦ କରିବାକୁ ପ୍ରାୟ ୨୯୦ ନିୟୁତ ଡଲାର ବ୍ୟୟ କରାଯିବ । ଏହି ଔଷଧ ଉଭୟ ବୟସ୍କ ଓ ଶିଶୁମାନେ ସେବନ କରିପାରିବେ ।

 

ସମ୍ବନ୍ଧିତ ଖବର