ଦୁଇଦିନ ମଧ୍ୟରେ ଭାରତରେ ପହଞ୍ଚିବ ପ୍ରଥମ ବ୍ୟାଚ ମଡର୍ଣ୍ଣା ଟିକା !

ନୂଆଦିଲ୍ଲୀ : ଆମେରିକୀୟ ଟିକା କମ୍ପାନି ମଡର୍ଣ୍ଣା ଦ୍ବାରା ପ୍ରସ୍ତୁତ କରୋନା ଟିକାର ପ୍ରଥମ ବ୍ୟାଚ ଆସନ୍ତା ଦୁଇଦିନରେ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି ।

ସରକାରୀ ସୁତ୍ରରୁ ପ୍ରକାଶ କରି ଏକ ଜାତୀୟ ସ୍ତରର ଗଣମାଧ୍ୟମ ପ୍ରକାଶ କରିଛି ଯେ ଆସନ୍ତା ଦୁଇଦିନରେ ପ୍ରଥମ ବ୍ୟାଚ ମଡର୍ଣ୍ଣା ଟିକା ପହଞ୍ଚିବ । ତେବେ ଏହି ବ୍ୟାଚରେ କେତେକ ଡୋଜ୍ ଟିକା ରହିଛି ତାହା ଜଣାପଡ଼ିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନ୍ତର୍ଜାତୀୟ ଟିକା ଆବଣ୍ଟନ କାର୍ୟ୍ୟକ୍ରମ କୋଭାକ୍ସ ଅଧିନରେ ଭାରତକୁ ଏହି ଟିକା ମିଳିଛି ।

କିଛି ଦିନ ତଳେ ଏହି ଟିକାକୁ ଭାରତର ଔଷଧ ନିୟାମକ ଡିସିଜିଆଇ ପକ୍ଷରୁ ଅନୁମତି ଦିଆଯାଇଥିଲା । ଭାରତୀୟ ଫାର୍ମା କମ୍ପାନି ସିପଲା ଟିକାର ଜରୁରୀକାଳିନ ବ୍ୟବହାର ସହ ଟିକା ଆମଦାନୀ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆଜ୍ଝ(ଡିସିଜିଆଇ)ରୁ ଅନୁମତି ମାଗିଥିବା ବେଳେ ଆଜି ଡିସିଜିଆଇ ଟିକାର ବ୍ୟବହାରକୁ ଅନୁମତି ଦିଆଯାଇଥିଲା ଜ୍ଝ ଏହା ସହ ମଡର୍ଣ୍ଣା କୋଭିଡ -୧୯ ଟିକା ଆମଦାନୀ କରି ଦେଶର ବଜାରକୁ ଆଣିବା ପାଇଁ ସିପଲାଙ୍କୁ ଅନୁମତି ଦିଆଯାଇଛି।

 

ସମ୍ବନ୍ଧିତ ଖବର