କୋରାପୁଟରେ ପୁଲିସକୁ ଆକ୍ରମଣ ଘଟଣା: ୭ ଗିରଫ

ଲକ୍ଷ୍ମୀପୁର/କାକିରିଗୁମ୍ମା: ଦୁର୍ଘଟଣା ପରେ ପରିବାରବର୍ଗଙ୍କ ତୁମୁଳକାଣ୍ଡ। ଶବକୁ ଚିକିତ୍ସା ପାଇଁ ନେଇ ଯିବାରୁ କାକିରିଗୁମ୍ମା ଆଇଆଇସି ଓ ଏସଆଇଙ୍କୁ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କୋରାପୁଟ ପୁଲିସ। ଆଜି ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରେ ସାନ ନେରର୍କା ଗାଁର ତିନିଜଣ, ଡଙ୍ଗାୟତପୁର ଗାଁର ଦୁଇଜଣ, ପରଜା ଅଲାଚି ଓ ଗୌଡାଗୁଡା ଗାଁରୁ ଜଣେ ଲେଖାଁଏ ରହିଛନ୍ତି। ପୁଲିସ ବୁଟି ମୁଦୁଲି, ଦୟାନିଧି କମାର, ସୁବାସ କମାର, ସଦା, ଲଚନାଙ୍କ ସହ କିଛି ଗ୍ରାମବାସୀଙ୍କ ନାମରେ ୬୧/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଓଆଇସି ଉଲ୍ଲାସ ଚନ୍ଦ୍ର ରାଉତ ଓ ଏସଆଇ କେ.ସି. ଚୌଧୁରୀ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ।

ଗତକାଲି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ବାରିଗୁଡା ଛକ ନିକଟରେ ଏକ ହାଇଓ୍ଵା ଧକ୍କାରେ ଲିଲିତ କମାରଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପକ୍ଷରୁ ଯୁବକଙ୍କ ଶବକୁ ଚିକିତ୍ସା ପାଇଁ ଉଠା ଯିବାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ କାକିରିଗୁମା- ଦାମନଯୋଡି ରାସ୍ତା ଅବରୋଧ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବାବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ୧୦ରୁ ୧୫ ମହିଳା ଓ ୫୦ରୁ ଅଧିକ ପୁରୁଷ ଠେଙ୍ଗାବାଡି ଧରି ପୁଲିସକୁ ଆକ୍ରମଣ କରିଥିଲେ।

ଏସଡିପିଓ ଅଶ୍ବିନ କୁମାର ନାୟକ କହିଛନ୍ତି ଯେ, ସାନ ନେରର୍କା ଗାଁର ଲଳିତ କମାର କୌଣସି କାମରେ ଦାମନଯୋଡି ଯାଇ ନିଜ ବାଇକରେ ଫେରୁଥିବା ବେଳେ ହାଇୱାଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୁରୁତର ହୋଇ ପଡିଥିବାରୁ ପୁଲିସ ତାଙ୍କୁ ଉଠାଇ କୋରାପୁଟ ମେଡିକାଲ କଲେଜକୁ ପଠାଇଥିଲେ। ପରେ ଏହାକୁ ନେଇ ଲୋକେ ଆଇନଶୃଙ୍ଖଳାକୁ ଭାଙ୍ଗି ପୁଲିସକୁ ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି। ଉତ୍ୟକ୍ତ ଲୋକେ ୧୨ ଘଣ୍ଟାରୁ ଉର୍ଧ୍ଵ ସମୟ କାକିରିଗୁମା ଦାମନଯୋଡି ରାସ୍ତା ଅବରୋଧ କରିଥିଲେ। ଆଜି ସକାଳୁ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ବାଧ୍ୟ ହୋଇ ଲାଠିଚାଳଣା କରିଥିଲେ। ପରେ ଅବରୋଧକାରୀ ଛତ୍ରଭଙ୍ଗ ଦେଇଥିଲେ। ସେପଟେ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

An0m' Encrypted-Chat Sting Leads to Arrest of 800 | Threatpost
ThreatPost

ଏନେଇ ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ, ଆହତଙ୍କ ଜୀବନକୁ ବଞ୍ଚାଇବାକୁ ଯିବାବେଳେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ମାଡ ମରାଯିବା ଘଟଣା ନିନ୍ଦନୀୟ। ଏହି ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଯେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ ଅଧିକ ପୁଲିସକୁ ନିୟୋଜିତ କରାଯାଇଛି।

ଅନ୍ୟ ପକ୍ଷରେ କିଛି ଗ୍ରାମବାସୀ କହିଛନ୍ତି କି ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଆସି ପହଚିଂଥିଲା | ହେଲେ ଲିଲିତଙ୍କ ମୃତ୍ୟୁ ଘଟିଥିବା କାରଣରୁ ଆମ୍ବୁଲାନ୍ସ ଫେରିଯାଇଥିଲା। ଏପରି ସ୍ଥଳେ ଆଇଆଇସି ଶ୍ରୀ ରାଉତ ଶବକୁ ଏଆରଏସଏସ୍ ର ଏକ ଗାଡି ଡକାଇ ତରବରିଆ ଭାବେ କୋରାପୁଟକୁ ପଠାଇଦେଲେ। ଶବ ବ୍ୟବଚ୍ଛେଦ ଲକ୍ଷ୍ମୀପୁର ବ୍ଲକ ସଦର ଡାକ୍ତରଖାନାରେ କରାଯାଉଥିବାବେଳେ କୋରାପୁଟ କାହିଁକି ପଠାଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଶବ ନେବାକୁ ପରିବାରବର୍ଗ ମନା କରିବାରୁ ଆଇଆଇସି ଜଣକ କୁଆଡେ ସମ୍ପର୍କୀୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାରୁ ସେଠାରେ ଯୁବକ ମାନେ ଉତ୍ତେଜିତ ହୋଇ ଠେଲା ପେଲା ହୋଇଥିବା ଗ୍ରାମବାସୀ ମଧ୍ୟ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର