ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି। ସୁଶାନ୍ତ ସିଂ ରାଜପୁତ ପରିବାର ଓ ରିୟା ଚକ୍ରବର୍ତ୍ତୀଙ୍କ ପରିବାର ମଧ୍ୟରେ ଚାଲିଥିବା ଏହି ମାମଲାର ରାୟ ଘୋଷଣା କରିଛନ୍ତି ବିଚାରପତି ଜଷ୍ଟିସ୍ ହୃଷିକେଶ ରାୟ। ବିଚାରପତି ଜଷ୍ଟିସ୍ ହୃଷିକେଶ ରାୟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେବା ପରେ ଏତେ ଦିନ ଧରି ଚୁପ ରହିଥିବା ବଲିଉଡର ଆଗ ଧାଡିର ଅଭିନେତା ଅକ୍ଷୟ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି |
SC directs CBI to investigate Sushant Singh Rajput’s death. May the truth always prevail 🙏🏻 #Prayers
— Akshay Kumar (@akshaykumar) August 19, 2020
ଟୁଇଟ କରି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସୁପ୍ରିମ୍ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟ ସର୍ବଦା ଜିତୁ ବୋଲି ଲେଖିଛନ୍ତି ଅଭିନେତା ଅକ୍ଷୟ କୁମାର | ତେବେ ଏତେ ଦିନ ଧରି ଚୁପ ରହିବା ପରେ ଆଜି ମୁହଁ ଖୋଲିଥିବାରୁ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି | ଅନ୍ୟପକ୍ଷରେ ଆସାମର ବନ୍ୟା ପ୍ରପୀଡିତଙ୍କୁ ୧କୋଟି ଟଙ୍କା ଦେଇଥିବାରୁ ତାଙ୍କ ପ୍ରଶଂସକମାନେ ସମାଲୋଚକମାନଙ୍କୁ ଜବାବ ଦେବା ଆରମ୍ଭ କରିଛନ୍ତି | ଟୁଇଟର ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି | କିଛି ଅକ୍ଷୟଙ୍କୁ ସମର୍ଥନ କରୁଥିବା ବେଳେ କିଛି ବିରୋଧ କରିଛନ୍ତି |
Humanity wins, congratulations to each one of SSR warriors, first time I felt such strong force of collective consciousness, AMAZING 👏👏👏#CBITakesOver
— Kangana Ranaut (@KanganaTeam) August 19, 2020
ସେହିଭଳି ଆରମ୍ଭରୁ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରି ଆସୁଥିବା ଅଭିନେତ୍ରୀ କଙ୍ଗନା ମଧ୍ୟ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି | ଟୁଇଟରେ, ମାନବିକତା ଜିତେ, ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିଥିବା ପ୍ରତ୍ୟେକ ଯୋଦ୍ଧାଙ୍କୁ ଅଭିନନ୍ଦନ, ପ୍ରଥମ ଥର ମୁଁ ସାମୂହିକ ଚେତନାର ଏପରି ଦୃଢ ଶକ୍ତି ଅନୁଭବ କଲି ବୋଲି ଲେଖିଛନ୍ତି କଙ୍ଗନା |