ବିଜୁଳି ଟାୱାର୍‌ ଚଢ଼ି ଜୀବନ ହାରିବାକୁ ଧମକ ଦେଲେ ‘ଏମ୍‌ସିଡି’ ନିର୍ବାଚନ ଟିକେଟରୁ ବଞ୍ଚିତ ପୂର୍ବତନ ‘ଆପ୍‌’ କାଉନ୍‌ସିଲର୍‌

ନୂଆଦିଲ୍ଲୀ: ଦଳର ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଇ ଆଜି ‘ଆମ୍‌ ଆଦ୍‌ମି ପାର୍ଟି’ର ପୂର୍ବତନ କାଉନ୍‌ସିଲର୍‌ ହସୀବ୍‌-ଉଲ୍‌-ହସନ୍‌ ଆଜି ଦିଲ୍ଲୀସ୍ଥିତ ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ୍‌ ସମ୍ମୁଖ ଉଚ୍ଚ-କ୍ଷମତାସମ୍ପନ୍ନ ତାର ଟଣାଯାଇଥିବା ବିଜୁଳି ଟାୱାର୍‌ ଉପରକୁ ଚଢ଼ିଯାଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଆଗାମୀ ଦିଲ୍ଲୀ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନିମନ୍ତେ ତାଙ୍କୁ ଟିକେଟ୍‌ ନ ମିଳିଥିବାରୁ ସେ ଜୀବନ ହାରିବେ ବୋଲି ଧମକ ଦେଇ ବିଜୁଳି ଟାୱାର୍‌ ଉପରେ ଚଢ଼ିଯାଇଛନ୍ତି। ସେ ଗାନ୍ଧୀନଗରରୁ ଲଢ଼ିବା ପାଇଁ ଟିକେଟ୍‌ ଚାହୁଁଥିଲେ।

Image Courtesy of India Today

ସଦ୍ୟତମ ସୂଚନା ଅନୁସାରେ, ‘ଆପ୍‌’ର ପୂର୍ବତନ କର୍ପୋରେଟର୍‌ ହସୀବ୍‌ ଉଲ୍‌ ହସନ୍‌ ଏବେ ମଧ୍ୟ ଉକ୍ତ ଟାୱାର୍‌ ଉପରେ ଅଛନ୍ତି।

ଦିଲ୍ଲୀ ‘ଏମ୍‌ସିଡି’ ନିର୍ବାଚନ ନିମନ୍ତେ ‘ଆପ୍‌’ ଶନିବାର ଦିନ ପ୍ରଥମ ତାଲିକାରେ ୧୩୪ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଟିକେଟ୍‌ ପାଇଥିବା ୧୩୪ଜଣଙ୍କ ମଧ୍ୟରୁ ୭୦ଜଣ ହେଉଛନ୍ତି ମହିଳା। ‘ଏମ୍‌ସିଡି’ ନିର୍ବାଚନ ପାଇଁ ‘ଆପ୍‌’ ପୂର୍ବତନ ବିଧାୟକ ବିଜେନ୍ଦ୍ର ଗର୍ଗଙ୍କୁ ନାରାୟଣ ଅଞ୍ଚଳର ଦାୟିତ୍ବ ଦିଆଯାଇଛି।

ଅପରପକ୍ଷରେ, କଂଗ୍ରେସରୁ ଆସି ‘ଆପ୍‌’ରେ ଯୋଗ ଦେଇଥିବା ଦିଲ୍ଲୀର ସବୁଠୁ ବରିଷ୍ଠ କାଉନ୍‌ସିଲର୍‌ ମୁକେଶ ଗୋୟଲ୍‌ ଆଦର୍ଶ ନଗର ୱାର୍ଡରୁ ପ୍ରତିଦ୍ବନ୍ଦ୍ବିତା କରିବେ। ସେହିପରି କଂଗ୍ରେସ୍‌ରୁ ଆସିଥିବା କାଉନ୍‌ସିଲର୍‌ ଗୁଡ୍ଡି ଦେବୀ ତିମାରପୁରର ମାଲ୍‌କାଗଞ୍ଜରୁ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧିତ ଖବର