ଇମ୍ଫାଲରେ ଆନ୍ଦୋଳନ ତେଜୁଛି: ସବୁ ଜିଲ୍ଲାରେ କର୍ଫ୍ୟୁ କଟକଣା ଜାରି

୨ ଛାତ୍ରଙ୍କ ହତ୍ୟା ଘଟଣାରେ ଦୋଷୀ ଖୁବ୍‌ଶୀଘ୍ର ଧରା ପଡ଼ିବେ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ମଣିପୁରରେ ଗତ ଜୁଲାଇରୁ ନିଖୋଜ ହୋଇଯାଇଥିବା ୨ ଛାତ୍ରଙ୍କୁ ହତ୍ୟା କରାଯାଇଛି ବୋଲି ଜଣାପଡ଼ିବା ଏବଂ ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏହି ଘଟଣାକୁ ନେଇ ଆନ୍ଦୋଳନ ତେଜୁଛି। ଗତ ସୋମବାରଠାରୁ ମଣିପୁରରେ ହିଂସା ଓ ଆନ୍ଦୋଳନ ଲାଗି ରହିଛି। ଫଳରେ ରାଜ୍ୟ ସରକାର ପୁଣିଥରେ ମଣିପୁରରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ କରିଛନ୍ତି। ଇମ୍ଫାଲ ଭ୍ୟାଲିର ସବୁ ଜିଲ୍ଲାରେ କର୍ଫ୍ୟୁ କଟକଣା ଜାରି ହୋଇଛି। ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳକୁ ଆନ୍ଦୋଳନକାରୀ ବିଜେପି ବିଧାୟକ ଏଲ୍‌ ସୁସିନ୍ଦ୍ରୋଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଗୁରୁବାର ରାତିରେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ପୈତୃକ ବାସଭବନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ସବୁ ଜିଲ୍ଲାରେ କର୍ଫ୍ୟୁ କଟକଣା ଜାରି
୨ ଛାତ୍ରଙ୍କ ହତ୍ୟା ଘଟଣାରେ ଦୋଷୀ ଖୁବ୍‌ଶୀଘ୍ର ଧରା ପଡ଼ିବେ: ମୁଖ୍ୟମନ୍ତ୍ରୀ
ଛାତ୍ରଙ୍କ ବିରୋଧରେ କଠୋର ହୋଇଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ କହିଛନ୍ତି, ଖୁବ୍‌ଶୀଘ୍ର ସବୁକିଛି ଠିକ୍‌ ହୋଇଯିବ ଏବଂ ଆମେ ଦୋଷୀଙ୍କୁ ନିଶ୍ଚିତ ଭାବେ ଧରିବାରେ ସକ୍ଷମ ‌ହେବୁ। ତେବେ ଉକ୍ତ ହତ୍ୟା ଘଟଣାକୁ ବିରୋଧ କରି ଛାତ୍ରମାନେ ଆନ୍ଦୋଳନ କରିଥିବାବେଳେ ସୁରକ୍ଷାକର୍ମୀଙ୍କ ଲାଠିମାଡ଼ରେ ଅନେକ ଛାତ୍ର ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି, ଆନ୍ଦୋଳନରତ ଛାତ୍ରଙ୍କ ବିରୋଧରେ କଠୋର ହୋଇଥିବା ଏବଂ ଅତ୍ୟଧିକ କ୍ଷମତା ବ୍ୟବହାର କରିଥିବା ସୁରକ୍ଷାକର୍ମୀଙ୍କୁ ଦଣ୍ଡ ମିଳିବ। ଆନ୍ଦୋଳନ ସମୟରେ ସୁରକ୍ଷାକର୍ମୀଙ୍କ ଲାଠିମାଡ଼ରେ ଶତାଧିକ ଛାତ୍ର ଆହତ ହୋଇଛନ୍ତି। ରାଜଧାନୀ ଇମ୍ଫାଲରେ କେତେକ ସ୍ଥାନରେ ତୀବ୍ରଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ସୁରକ୍ଷାକର୍ମୀ ଅହରହ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର