ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ: ପ୍ରଥମେ ବୋଲିଂ

କୋଲକାତା: ଆଇପିଏଲ୍‌ର ୬୦ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମୁହାଁମୁହିଁ ହୋଇଛନ୍ତି।
କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟାରଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି। ଉଭୟ ଦଳ ୨୦ ଓଭର ବଦଳରେ ୧୬ ଓଭର ଖେଳିବେ ବୋଲି ନିଷ୍ପତ୍ତି ହୋଇଛି।

କୋଲକାତା ନାଇଟ୍ ରାଇଡର୍ସ ସ୍କ୍ବାଡ୍‌ରେ ଫିଲିପ୍ ସଲ୍ଟ (ୱକେଟକିପର) , ଶ୍ରେୟସ୍ ଆୟର (ଅଧିନାୟକ) , ସୁନୀଲ ନାରିନ , ଅଙ୍ଗକ୍ରିଶ ରଘୁବଂଶୀ , ଭେଙ୍କଟେଶ ଆୟର , ରିଙ୍କୁ ସିଂ , ଆଣ୍ଡ୍ରେ ରସେଲ , ରମଣଦୀପ ସିଂ , ମିଚେଲ ଷ୍ଟାର୍କ , ବରୁଣ ଚକ୍ରବର୍ତ୍ତୀ , ହର୍ଷିତ ରାଣା , ଅନୁକୁଲ ରୟ , ମନୀଷ ପାଣ୍ଡେ , ବୈଭବ ଆରୋରା , ଶ୍ରୀକର ଭାରତ , ଶେର୍ଫେନ୍ ରଦରଫୋର୍ଡ , ଦୁଷ୍ମନ୍ତ ଚାମିରା , ନୀତୀଶ ରାଣା , ରହମାନୁଲ୍ଲା ଗୁରୁବାଜ , ଚେତନ ସାକାରିଆ , ସାକିବ ହୁସେନ୍ , ସୁୟାଶ ଶର୍ମା , ଆଲ୍ଲାହା ଗଜାନଫର ପ୍ରମୁଖ ରହିଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ସ୍କ୍ବାଡ୍‌ରେ ଇଶାନ କିଶାନ (ୱିକେଟକିପର) , ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ) , ରୋହିତ ଶର୍ମା , ନମନ ଧୀର , ସୂର୍ଯ୍ୟକୁମାର ଯାଦବ , ତିଲକ ବର୍ମା , ଟିମ ଡେଭିଡ , ଅନସୁଲ କାମ୍ବୋଜ , ପୀୟୁଷ ଚାୱଲା , ଜସପ୍ରୀତ ବୁମ୍ରା , ନୁୱାନ ଥଶାରା , ନେହଲ ୱାଧେରା , ଶ୍ୟାମଲସ ଶର୍ମା , ସାମସ୍ ମୁଲାନି,ଶିଭଲିକ୍ ଶର୍ମା, ଡିୱାଲ୍ଡ ବେଭିସ୍, ରୋମାରିଓ ଶେଖର , ମହମ୍ମଦ ନବୀ , ଶ୍ରେୟାସ ଗୋପାଳ , ଲୁକ ଉଡ୍ , ହାର୍ଭିକ ଦେଶାଇ , ଜେରାଲ୍ଡ କୋଟେଜୀ , ଅର୍ଜୁନ ତେନ୍ଦୁଲକର , କୁମାର କାର୍ତ୍ତିକେୟ , ଆକାଶ ମାଧୱାଲ , କ୍ୱେନା ମାଫାକା ପ୍ରମୁଖ ଅଛନ୍ତି।

ସମ୍ବନ୍ଧିତ ଖବର