ଘରୋଇ ହାତକୁ ଯିବ ନାହିଁ ଭାରତୀୟ ରେଳ, ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତୀୟ ରେଳର ଘରୋଇକରଣ ହେବନାହିଁ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହା ସ୍ପଷ୍ଟ କରିଛନ୍ତି। । ରେଳମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏତେ ପରିଶ୍ରମ କରୁଛନ୍ତି, ତେଣୁ ଆମମାନଙ୍କୁ ବି ପରିଶ୍ରମ କରିବାକୁ ପଡ଼ିବ । ରେଳବାଇରେ ଯେଉଁ ବିକାଶମୂଳକ କାର୍ଯ୍ୟ ହେଉଛି ସେଥିରେ ସରକାରୀ ଅଧିକାରୀଙ୍କ ପୂରା ସହଯୋଗ ରହୁଛି । ଗତ ସାତ ବର୍ଷ ହେବ ରେଳଷ୍ଟେସନରେ ସ୍ୱଚ୍ଛତା ଉପରେ ବେଶ ଗୁରୁତ୍ୱ ଦିଆଯାଉଛି। ଯାହା ବି କିଛି ପଦକ୍ଷେପ ନିଆଯାଉଛି ସେଥିରେ ରେଳବାଇର ବିକାଶ ଦିଗରେ ଖର୍ଚ୍ଚ କରାଯାଉଛି ।

ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳର ଘରୋଇକରଣ ପାଇଁ କୌଣସି ଯୋଜନା ନାହିଁ । ରେଲୱେରେ କାମ  କରୁଥିବା ୧୨ ଲକ୍ଷ କର୍ମଚାରୀ ଓ ୨ କୋଟି ଭେଣ୍ଡର୍ସଙ୍କୁ ଉତ୍ତୋରତ୍ତର ଉନ୍ନତି କରିବା ଲକ୍ଷ୍ୟ ରହିଛି । ଏବେ ରେଳ ଷ୍ଟେସନର ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ନୂଆ ଯୋଜନା ସାମ୍ନାକୁ ଆଣୁଛନ୍ତି । ଯାହାର ଝଲକ ଗାନ୍ଧୀନଗର ଓ ହବିବଗଞ୍ଜ ରେଳଷ୍ଟେସନରେ ଦେଖିବାକୁ ମିଳିଛି । ଆଗାମୀ ୩ ବର୍ଷ ମଧ୍ୟରେ ଅତି କମରେ ୫୦ଟି ରେଳଷ୍ଟେସନର ନବକଳେବର ହେବ ।

ସେହିଭଳି ଶ୍ରୀନଗର-ଉଧମପୁର ରେଳପଥକୁ ନେଇ ଅଶ୍ୱିନୀ କହିଛନ୍ତି, ଏଠାକାର ଭୌଗଳିକ ସ୍ଥିତି ଅତି ସଙ୍ଗୀନ । କାରଣ ଏଠାରେ ବାରମ୍ବାର ପାହାଡ ଧସିଥାଏ । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏବେ ସେଠାରେ କାମ ଜୋରଦାର ଚାଲିଛି ଏବଂ ୨୦୨୪ ସୁଦ୍ଧା ଏଠାରେ ଟ୍ରେନ ଚାଲିବ।

ସମ୍ବନ୍ଧିତ ଖବର