ଓଡ଼ିଶା ଫେରୁଛନ୍ତି ସାଉଦି ଆରବରେ ଅଟକ ଥିବା ଓଡ଼ିଆ ଶ୍ରମିକ

ବାହାରିନ୍‌ : ସାଉଦିଆରବରେ ଅଟକ ରହିଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଗତ ଫେବ୍ରୂଆରି ୧ ତାରିଖରେ ଓଡ଼ିଶା ଫେରି ଆସିଥିଲେ। ମିଥ୍ୟା ପୁଲିସ ମାମଲାରେ ସେଠାରେ ରହିଥିବା ଅନ୍ୟ ୨ ଶ୍ରମିକ ଯାଜପୁର ଜିଲ୍ଲାର ମହମ୍ମଦ ଜାଲାଲୁଦ୍ଦିନ ଏବଂ ଶେଖ ଇମ୍ରାନଙ୍କୁ ବର୍ତ୍ତମାନ ଜେଡ୍ଡାରେ ଥିବା ଭାରତୀୟ ଦୂତାବାସ ଦ୍ବାରା ଏକ୍‌ଜିଟ୍‌ ପାସ୍‌ ଯୋଗାଇ ଦିଆଯାଇଛି। ସେମାନେ ଆସନ୍ତା ୧୪ ତାରିଖରେ ଓଡ଼ିଶା ଫେରି ଆସିବେ ବୋଲି ଗ୍ଲୋବାଲ ଓଡ଼ିଆ ଡାଏସ୍ପୋରାର ନିର୍ଦ୍ଦେଶକ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜ ଜଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଓଡ଼ିଆ ଶ୍ରମିକମାନେ ସାଉଦିରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିଲେ। କମ୍ପାନି କର୍ତ୍ତୃପକ୍ଷ ଦୀର୍ଘଦିନ ଧରି କୌଣସି ପାରିଶ୍ରମିକ ନଦେଇ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଅଟକ ରଖାଯାଇଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଭାରତୀୟ ଦୂତାବାସ ଓ ଅନ୍ୟାନ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଯୋଗସୂତ୍ର ରକ୍ଷାକରି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ।

ଶେଷରେ ଭାରତ ଏବଂ ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ବିଭିନ୍ନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହି କୂଟନୈତିକ ସଫଳତା ଲାଭ ହୋଇଛି।

ସମ୍ବନ୍ଧିତ ଖବର