ଧ୍ୟାନରୁ ଫେରିବା ପରେ ଦେଶବାସୀଙ୍କ ପାଇଁ ଚିଠି ଲେଖିଲେ ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ଅର୍ଥାତ ଜୁନ ୪ ତାରିଖରେ ପ୍ରକାଶ ପାଇବ। ଏବଂ ଦେଶରେ ପରବର୍ତ୍ତୀ ସରକାର କିଏ ଗଠନ କରିବ ତାହା ସ୍ପଷ୍ଟ ହେବ। ଦେଶର ୫୪୩ ଟି ଆସନରେ ସାତଟି ପର୍ଯ୍ୟାୟରେ ଭୋଟ୍ ହୋଇଥିଲା।

ଏକଜିଟ୍ ସର୍ଭେରୁ ଜଣାପଡିଛି ଯେ ମୋଦୀ ସରକାର ଦେଶରେ ପୁଣି ଥରେ ଆସୁଛନ୍ତି। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ। ଗୋଟିଏ ଦିନରେ ତିନୋଟି ରାଜ୍ୟରେ ସାଧାରଣ ସଭାକୁ ମୋଦୀ ସମ୍ବୋଧିତ କରି ଚର୍ଚ୍ଚାରେ ଥିଲେ।

ସପ୍ତମ ପର୍ଯ୍ୟାୟର ଅଭିଯାନ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଇ ୩୦ରେ ତାମିଲନାଡୁର କନ୍ୟାକୁମାରୀକୁ ଯାଇ ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ ଘଣ୍ଟା ଧ୍ୟାନରେ କରିଥିଲେ।

ଜୁନ ୧ ତାରିଖ ସନ୍ଧ୍ୟାରେ ମୋଦୀ ଧ୍ୟାନ ଭଙ୍ଗ କରି ଦିଲ୍ଲୀ ଅଭିମୁଖେ ଫେରି ଆସି ପୁଣି ନିଜ କାମରେ ବ୍ୟସ୍ତ ହୋଇ ଯାଇଥିଲେ। କନ୍ୟାକୁମାରୀରୁ ଦିଲ୍ଲୀ ଫେରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନ ସହ ଜଡିତ ତାଙ୍କ ଅନୁଭୂତି ବିଷୟରେ ଏକ ଚିଠି ଲେଖିଥିଲେ। ଯାହାକୁ ସେ ସାର୍ବଜନୀନ କରିଛନ୍ତି।

ଚିଠିରେ ମୋଦୀ ଲେଖିଛନ୍ତି ମୋର ପ୍ରିୟ ଦେଶବାସୀ,
ଗଣତନ୍ତ୍ରର ସବୁଠାରୁ ବଡ ପର୍ବର ଏକ ମାଇଲଖୁଣ୍ଟ ଆଜି ଜୁନ ୧ରେ ଶେଷ ହୋଇଛି। କନ୍ୟାକୁମାରୀରେ ତିନି ଦିନର ଆଧ୍ୟାତ୍ମିକ ଯାତ୍ରା ପରେ ଦିଲ୍ଲୀ ଯିବା ପାଇଁ ମୁଁ ବିମାନରେ ବସିଛି। କାଶୀ ଏବଂ ଅନ୍ୟାନ୍ୟ ଆସନରେ ମତଦାନ ଚାଲିଛି।  ଧ୍ୟାନରୁ ଫେରିବା ପରେ ମୁଁ ମୋ ଭିତରେ ଅସୀମ ଶକ୍ତିର ପ୍ରବାହ ଅନୁଭବ କରୁଛି ।

୨୦୨୪ର ଏହି ନିର୍ବାଚନରେ ଅନେକ ଖୁସିର ମୁହୂର୍ତ୍ତ ମିଳିଛି। ।ଅମୃତକାଲର ଏହି ପ୍ରଥମ ଲୋକସଭା ନିର୍ବାଚନରେ ମୁଁ ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାସ୍ଥାନ ମେରଠରୁ ଅଭିଯାନ ଆରମ୍ଭ କରିଥିଲି। ମା ଭାରତୀଙ୍କୁ ପରିକ୍ରମା କରିବା ପରେ ମୋର ନିର୍ବାଚନର ଶେଷ ସଭା ପଞ୍ଜାବର ହୋଶିଆରପୁରରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ମୁଁ କନ୍ୟାକୁମାରୀରେ ଭରତ ମାତାଙ୍କ ପାଦତଳେ ବସିବାର ସୁଯୋଗ ପାଇଥିଲି।

ଧ୍ୟାନରେ ବସିବା ସମୟରେ ନିର୍ବାଚନ ପ୍ରଚାର ସମୟରେ କୋଳାହଳର ଶବ୍ଦ ମୋ ମନରେ ପ୍ରତିଧ୍ୱନିତ ହେଉଥିଲା । ଆଖି ସାମ୍ନାରେ ରାଲି ଏବଂ ରୋଡ୍ ସୋ ଦୃଶ୍ୟ ଭାସି ଯାଉଥିଲା।
ଏହାପରେ ମୁଁ ଅନୁଭବ କଲି ଧୀରେଧୀରେ ମୋ ଆଖି ଆର୍ଦ୍ର ହେବାକୁ ଲାଗିଥିଲା … ମୁଁ ଶୂନ୍ୟସ୍ଥାନକୁ ଯାଉଥିଲି। ମୋର ମନ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଥିଲା। ତେ ବଡ ଦାୟିତ୍ବ ମଧ୍ୟରେ ଏହିପରି ସାଧନା କଷ୍ଟସାଧ୍ୟ, କିନ୍ତୁ କନ୍ୟାକୁମାରୀଙ୍କ ଭଳି ସ୍ଥାନ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରେରଣା ଏହାକୁ ସହଜ କରିଥିଲା ।’

ସମ୍ବନ୍ଧିତ ଖବର